ଖଲ୍ଲିକୋଟ ବ୍ଲକ ୧୦ଗାଁ କଣ୍ଟେନମେଣ୍ଟ ଜୋନ ଓ ୨୨ଗାଁ ବଫର ଜୋନ ଘୋଷଣା କଲେ ଜିଲ୍ଲାପାଳ
ଖଲ୍ଲିକୋଟ, (ସିଲୁ ବିଶ୍ଵାଳ ):୧୫ କରନା ପଜିଟିଭ ଚିହ୍ନଟ ହେବା ପରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଦପଲ୍ଲୀ ଓ ଆଇତିପୁର ପଞ୍ଚାୟତ ର ୧୦ ଟି ଗ୍ରାମ କୁ କଣ୍ଟେନମେଣ୍ଟ ଜୋନ ଓ ୨୨ ଟି ଗ୍ରାମ କୁ ବଫର ଜୋନ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ।ବାଦପଲ୍ଲୀ ପଞ୍ଚାୟତ ରୁ ୧୨ ଜଣ କରନା ପଜିଟିଭ ଚିହ୍ନଟ ହେବା ପରେ ଘୋଡାପଡା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରିପଲ୍ଲୀ, ବାଦପଲ୍ଲୀ, ସାନବଳ, ନୂଆପଲ୍ଲୀ, ଛକାସିଂ, ଦେବୀଝର ପ୍ରଭୃତି ୯ ଟି ଗାଁ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।ସେହିପରି ଏହି ପଞ୍ଚାୟତ ର ମରେଇନୁଆଗାଁ, ନଲସିଙ୍ଘ, ଖାସୁଲା, ସୋରିସ ପାଟଗଞ୍ଜର, ବଡପଲ, ବି.ଭାଳିଆପଦର, ପି. ବଳରାମ ପୁର, ଖାରିପଲ୍ଲୀ, କିଆପଲ୍ଲୀ, କୁମାର ସିଙ୍ଗ ପ୍ରଭୃତି ୧୦ ଟି ଗାଁ କୁ ବଫର ଜୋନ ଭାବେ ଘୋଷଣା କରାଯାଇଛି ।ଆଇତିପୁର ପଞ୍ଚାୟତ ରେ ୩ ଜଣ କରନା ପଜିଟିଭ ଚିହ୍ନଟ ହେବା ପରେ ବିରିପୁର ଗ୍ରାମ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଉସ୍ତାପଡ଼ା, ଆଇତିପୁର, ଖୋଜାପଲୀ, ପାଳଧୂଆପଲ୍ଲୀ, ଭିକାପଡା, ରାଇପଡା, ରାମଚନ୍ଦ୍ର ପୁର, କୈରାଶି, ଲକ୍ଷ୍ମଣପୁର, ରତନପୁର, ବାଗଲପୁର, ମାଳଖୋଜାପଲ୍ଲୀ ପ୍ରଭୃତି ୧୨ ଟି ଗାଁ କୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।କଣ୍ଟେନମେଣ୍ଟ ଜୋନ ରେ ଲୋକ ଙ୍କ ଯିବା ଆସିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି ।କିନ୍ତୁ ବଫର ଜୋନ ରେ ଅତ୍ୟାବଶ୍ୟକ କ୍ଷେତ୍ରରେ ଲୋକଙ୍କୁ ବାହାର କୁ ଯିବା ପାଇଁ ଅନୁମତି ଦିଆଯାଇଛି ।ସମ୍ପୃକ୍ତ ଦୁଇଟି ଯାକ ପଞ୍ଚାୟତ ର ପ୍ରବେଶ ପଥରେ ବ୍ୟାରିକେଡ କରାଯିବା ସହ ଚାରିପଟୁ ସିଲ କରିଦିଆଯାଇଛି । ସେଠାରେ ଅସ୍ଥାୟୀ ଚେକ ପୋଷ୍ଟ କରିବା ପାଇଁ ଖଲ୍ଲିକୋଟ ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖଲ୍ଲିକୋଟ ର ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ ଙ୍କୁ ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଦାୟିତ୍ବ ଦିଆଯାଇଛି । ଏହି ସମୟରେ ଲୋକ ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ବିଡ଼ିଓ ନବକୃଷ୍ଣ ଜେନା ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘରକୁ ଘର ବୁଲି ଲୋକ ଙ୍କ ସ୍କ୍ରିନିଂ କରିବା ସହ ଆବଶ୍ୟକ ସ୍ଥଳେସ୍ୱାବ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଆଜି ଖଲ୍ଲିକୋଟ ମେଡ଼ିକାଲ ରୁ ଏକ ତିନି ଜଣିଆ ଡ଼ାକ୍ତରୀ ଦଳ ଯାଇ ଲୋକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ଶିକ୍ଷକ, ଅଙ୍ଗନବାଡି, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଜନୈକ ସରପଞ୍ଚ ଙ୍କ ସ୍ୱାମୀ ଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସମଗ୍ର ଅଞ୍ଚଳ କୁ ସାନିଟାଇଜ କରିବା ପାଇଁ ଦମକଳ ବାହିନୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହି ସବୁ କାମ ରେ ବିଡ଼ିଓ ଓ ମେଡ଼ିକାଲ ଅଫିସର ଙ୍କୁ ସାହାଯ୍ୟ କରିବା ପାଇଁ ସିଡିପିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମଗ୍ର ଖଲ୍ଲିକୋଟ ଅଞ୍ଚଳରେ ଏହା ଭୟ ର ବାତାବରଣ ଖେଳାଇଦେଇଛି ।


