ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ
ଖଲ୍ଲିକୋଟ(ସିଲୁ ବିଶ୍ଵାଳ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଲଙ୍ଗଳେଶ୍ୱର ସ୍ତିତ କଳାଝର ଶଙ୍ଖ ନିକଟ ରୁ ଏକ ଗଂଜେଇ ବୋଝେଇ କଣ୍ଟେଇନର ଖଲ୍ଲିକୋଟ ପୋଲିସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଗତ କାଲି ବିଳମ୍ବିତ ରାତିରେ ଲଙ୍ଗଳେଶ୍ୱର ସ୍ତିତ କଳାଝର ନଇଁ ଶଙ୍ଖ ନିକଟରେ ଏକ ଗଂଜେଇ ବୋଝେଇ କଣ୍ଟେଇନର ଥୁଆହୋଇଥିବା ବେଳେ ଖଲ୍ଲିକୋଟ ପୋଲିସ କୌଣସି ସୂତ୍ର ରୁ ଖବର ପାଇଁ କେଣ୍ଟର ଉପରେ ଚଢ଼ାଉ କରିଥିଲା ।ଫଳରେ ଉକ୍ତ କେଣ୍ଟର ନମ୍ବର (ଏଚଆର୩୮ଏକ୍ସ ୫୩୫୭)ଗାଡ଼ିରୁ ୨ କୁଇଁଟାଲ ୯୩ କିଲୋ ଜବତ କରିବା ସହ ଡ୍ରାଇଭର ଅଜୟ କୁମାର ସିଂ କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ସହଯୋଗୀ ଘଟଣା ସ୍ଥଳ ରୁ ଦଉଡ଼ିକି ପଳାଇଥିଲା । ତେବେ ଖଲ୍ଲିକୋଟ ଥାନା ର ନୂତନ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ,ଭେଜିପୁଟ ଫାଣ୍ଡି ଅଧିକାରୀ ସୁକାନ୍ତ କୁମାର ପ୍ରଧାନ , ଖଲ୍ଲିକୋଟ ତହସିଲଦାର ଚିତ ରଞ୍ଜନ ମହାନ୍ତ ଙ୍କ ଉପସ୍ଥିତରେ ଗଂଜେଇ ର ସାର୍ଜରିଂ ତଦନ୍ତ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ଗିରଫ ଡ୍ରାଇଭର ର ବୟାନ ଅନୁଯାଇ ଜବତ ଗଂଜେଇ ବୋଝେଇ କେଣ୍ଟର ରମ୍ଭା ଠାରୁ ଖୋର୍ଦ୍ଧା ଯାଉଥିଲା । ତେବେ ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗତ କିଛି ଦିନ ତଳେ ରମ୍ଭା ଆଇଆଇସି ଜାତୀୟ ରାଜପଥ ନିକଟ ରୁ ଏଭଳି ଏକ ଗଂଜେଇ ଗାଡି ଜବତ କରିଥିଲେ ।


