ଖାଇବା ସୋଡ଼ା ବ୍ୟବହାର କରି ଦୂର କରନ୍ତୁ କାଖ ତଳ କଳା ଦାଗ

ମହିଳାମାନେ ପ୍ରତ୍ୟେକ ପ୍ରକାରର ପୋଷାକ ପିନ୍ଧିବାକୁ ଚାହିଁଥାନ୍ତି। ସ୍ଲିଭ୍‌ଲେସ୍‌ ଟି-ଶାର୍ଟ ହେଉ ବା ବ୍ୟାକ୍‌ଲେସ୍‌ ଗାଉନ୍‌ ସବୁକିଛି ପିନ୍ଧିବାକୁ ମହିଳମାନେ ଇଚ୍ଛା କରିଥାନ୍ତି। ମାତ୍ର ଅଣ୍ଡର ଆର୍ମସ୍‌ ସମସ୍ୟା ପାଇଁ କେତେକ ଏପରି ପୋଷାକ ପିନ୍ଧି ପାରନ୍ତି ନାହିଁ। କେତେକ ଲୋକଙ୍କ ଅଣ୍ଡର ଆର୍ମସ୍‌ ପିଲାଦିନୁ କଳା ହୋଇଥାଏ ତ ଆଉ କେତେକ ମାତ୍ରାଧିକ ହେୟାର ରିମୁଭ୍‌ କରିବା କାରଣରୁ କିମ୍ବା କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବାରୁ ଏହି ସମସ୍ୟା ହୋଇଥାଏ। ଏପରି କ୍ଷେତ୍ରରେ କଳା ପଡ଼ିଯାଇଥିବା ଅଣ୍ଡର ଆର୍ମସ୍‌କୁ ସଫା କରିବା ଲାଗି ଘରୋଇ ଜିନିଷ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଖାଇବା ସୋଡ଼ାର ବ୍ୟବହାର ଏକ ଉତ୍ତମ ବିକଳ୍ପ ହୋଇପାରେ। ଏଥିରେ ଆଣ୍ଟି ଫଙ୍ଗାଲ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ବ ରହିଛି। ଏହା ଡାର୍କ ଅଣ୍ଡର ଆର୍ମସ୍‌ ସମସ୍ୟାକୁ କମ୍‌ କରିବା ସହ ଡାର୍କ ସ୍କିନ୍‌ ସେଲ୍‌ସକୁ ମଧ୍ୟ ଶେଷ କରିଦିଏ। ଚାଲନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ।
ନଡ଼ିଆ ତେଲ ଓ ଖାଇବା ସୋଡ଼ା : ନଡ଼ିଆ ତେଲ ଓ ଖାଇବା ସୋଡ଼ାରେ ସୋଡ଼ିୟମ ବାଇକାର୍ବୋନେଟ୍‌, ଫ୍ୟାଟି ଏସିଡ୍‌, ସାଚ୍ୟୁରେଟେଡ୍‌ ଫ୍ୟାଟ୍‌, ମିନେରାଲ୍ସ ଓ ଭିଟାମିନ୍‌ ରହିଛି। ଏହା ତ୍ବଚାର ମୃତ କୋଷିକାକୁ ନଷ୍ଟ କରିବା ସହିତ ଡେଡ୍‌ ସେଲ୍‌ସକୁ ବି ବାହାର କରିଦିଏ। ଏହା ତ୍ବଚାର କଳାପଣ କମ୍‌ କରିବା ସହିତ ଗ୍ଲୋ ଆଣିଥାଏ।
ପେଷ୍ଟ ପ୍ରସ୍ତୁତ କରିବାର ଉପାୟ : ଏହାର ପେଷ୍ଟ ତିଆରି କରିବା ଲାଗି ୨ ଟେବଲ୍‌ସ୍ପୁନ୍‌ ନଡ଼ିଆ ତେଲ ଓ ୧ ଟେବଲସ୍ପୁନ୍‌ ଖାଇବା ସୋଡ଼ାକୁ ଭଲ ଭାବେ ମିଶ୍ରଣ କରନ୍ତୁ। ଏହି ପେଷ୍ଟ ଅଧିକ ପତଳା କରନ୍ତୁ ନାହିଁ।
ବ୍ୟବହାର କରିବାର ଉପାୟ : ଏହି ପେଷ୍ଟକୁ ଭଲ ଭାବେ ଅଣ୍ଡର ଆର୍ମସ୍‌ରେ ଲଗାଇ ୧୦ରୁ ୧୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ଶୁଖିବା ପରେ ଏହାକୁ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ପରେ ମଏଶ୍ଚରାଇଜର ଲଗାନ୍ତୁ। ଏହାଫଳରେ ତ୍ବଚା ମଏଶ୍ଚର ରହିବ। ଏହି ପେଷ୍ଟ ବ୍ୟବହାର ସପ୍ତାହରେ ୨ ଥର କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ