ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟିଲେ ସମବାୟ ସମିତି ସଭାପତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କୁ ଭୁବନେଶ୍ୱରରେ ଭେଟିି ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନାରାୟଣ ପ୍ରସାଦ ପାତ୍ର ପୁଷ୍ପଗୁଛ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ସଭାପତି ଶ୍ରୀ ପାତ୍ରଙ୍କ ସହିତ କୁଶିଆପାଳ ସରପଞ୍ଚ ଦୟାନିଧି ଦାସ, ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ ରାଜ୍ୟ ସମ୍ପାଦକ ସେକ ଅବଦୁଲା, ବିଜେଡି ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । କୁଶିଆପାଳ ପ୍ରାଥମିକ କୃଷି ସମବାୟ ସମିତିଟି କୁଶିଆପାଳ, ଗୁଆଳସିଂ, କୁରୁଜଙ୍ଗା ଓ ବାରିମୂଳ ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ମଧ୍ୟ ନବ ନିର୍ବାଚିତ କୁଶିଆପାଳ ସମବାୟ ସମିତିର ସଭାପତି ଶ୍ରୀ ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଚାଷୀଙ୍କ ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ