ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ବହୁ ବୃଦ୍ଧ ବୃଦ୍ଧା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କ.ନୂଆଗାଁ ବ୍ଳକ ଅନ୍ତର୍ଗତ ଆଡିମାହା ଗ୍ରାମପଞ୍ଚାୟତ ଅଧିନସ୍ଥ ବାଡିପାଙ୍ଗା ଗ୍ରାମର ବହୁ ଜନସାଧାରଣ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ହୋଇଥିବା ।ଅଭିଯୋଗ ହୋଇଛି।ସରକାର ସମସ୍ତ ଗରୀବଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ କଡା ନିର୍ଦ୍ଦେଶ ଥିବାବେଳେ କନ୍ଧମାଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ବାଡିପାଙ୍ଗା ଗାଁର ଦୀର୍ଣ୍ଣ ମଲ୍ଲିକ ନାମକ ଶତୁରୀ ବର୍ଷୀୟା ଭିନ୍ନକ୍ଷମ ବୃଦ୍ଧା ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି।ସାହିପଡିଶାଙ୍କ ହାତଟେକା ଭାତରେ ଜୀବନ ବଞ୍ଚାଇରଖିଛନ୍ତି କ୍ଷ ସେହିପରି ସେହି ଗାଁର ଚନ୍ଦ୍ରକଳା ପ୍ରଧାନ ଦିବ୍ୟାଭାରତୀ ମଳିକ ରାଜ୍ୟ ସରକାରଙ୍କ ପଡିଚାଉଳ ଓ କେନ୍ଦ୍ର ସରକାରଙ୍କ ରିଲିଫ ଚାଉଳ ପାଇବାରେ ବଞ୍ଚିତ ହୋଇଛନ୍ତିକ୍ଷ ସେହିପରି କୋଟଗଡ ବ୍ଳକ ଅନ୍ତର୍ଗତ ପାରିଗଡ ଗ୍ରାମ ପଞ୍ଚାୟତର ପଦାସାହିର୧୩ ଜଣ ସରକାରଙ୍କ ପଡିଚାଉଳ ପାଇବାରେ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି କ୍ଷ ଏନେଇ ସଂପୃକ୍ତ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ପ୍ରତିକ୍ରିୟାରେ କହିଛନ୍ତି ଯେ ହିତାଧିକାରୀଙ୍କ ଆଧାର ଲିଙ୍କ ହୋଇନାହିଁ । ଏ କ୍ଷେତ୍ରରେ ଆଧାର ଲିଙ୍କର କୌଣସି ଆବଶ୍ୟକତା ନଥିବା ସ୍ଥଳେ ଲୋକଙ୍କୁ ଭୂଆ ଭୂଲାଇ ଗରୀବଙ୍କ ଚାଉଲ ଲୁଟ କରୁଥିବା ଅଭିଯୋଗ ହେଉଛି, ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକତା ରହିଛି।


