ଖାମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ
ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ହିଞ୍ଜିଳିକାଟୁ ବ୍ଲକ ପୋଚିଲିମ୍ମା ସ୍ଥିତ ଖାମ୍ୱେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି। ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନରେ ସାରା ଦେଶରେ ଆରମ୍ଭ ହୋଇଥିବା ଏକ ପେଡ ମା କେ ନାମ ଅଭିଯାନରେ ସାମିଲ ହୋଇ ବନ ମହୋତ୍ସବ ସପ୍ତାହ ପାଳନର ଆବଶ୍ୟକତା ଓ ଏହାର ଲକ୍ଷ୍ୟ ସାଧନ ଦିଗରେ ସମସ୍ତଙ୍କ ସହଯୋଗ ଓ ନିଷ୍ଠା ଏକାନ୍ତ ଅପରିହାର୍ଯ୍ୟ ବୋଲି ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅଭିମତ ପ୍ରକାଶ କରିଥିଲେ। ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରା ଗଛ ରୋପଣ କରି ପ୍ରକୃତିର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଦୀପ କୁମାର ପଟ୍ଟନାୟକ,ନୀଳାଞ୍ଚଳ ପାଣିଗ୍ରାହୀ, ଅଧ୍ୟାପକ ସଞ୍ଜୟ କୁମାର ଷଢ଼ଙ୍ଗୀ, ଅଧ୍ୟାପକ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, ଅଧ୍ୟାପକ ଉମେଶ ଚନ୍ଦ୍ର ସାହୁ, ଅଧ୍ୟାପକ ଅନିଲ ଦାଶ, ଅଧ୍ୟାପକ ମନୋଜ କୁମାର ତ୍ରିପାଠୀ, ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ଅଧ୍ୟାପକ ନୃସିଂହ ପଟ୍ଟନାୟକ, ଶାରୀରିକ ପ୍ରଶିକ୍ଷକ ଦଣ୍ଡପାଣି ବେହେରା ଓ ବାଲେଶ୍ଵର ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।