ଖାରିଆରେ ଶ୍ରୀ ଶ୍ରୀ ଯୋଗେଶ୍ୱୂର ମହାଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସବ
ଆସିକା, (ଯୁଗାବ୍ଦ ନ୍ୟୁଜ):ଧର୍ମର ମାସ କାର୍ତ୍ତିକ ଅବସରରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ ଖାରିଆ ଗ୍ରାମରେ ଏକ ଆଧ୍ୟାତ୍ମିକ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସବ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଗ୍ରାମବାସୀଙ୍କ ସଂପୁର୍ଣ୍ଣ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଐତିହ୍ୟ, ସଂସ୍କୃତି ଓ ଭାଇଚାରାର ଗ୍ରାମ ଆସିକା ବ୍ଳକ ଅନ୍ତର୍ଗତ ଖାରିଆରେ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ବାର୍ଷିକ ଯାତ୍ରା ଅବସରରେ ଠାକୁରଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ଅଧିଷ୍ଠିତ କରାଯାଇ ଗ୍ରାମ୍ୟ ପରିକ୍ରମା କରାଯାଇ ଅସ୍ଥାୟୀ ମଣ୍ଡପରେ ବିରାଜମାନ କରାଯାଇଥିଲା । ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଅସ୍ଥାୟୀ ମଣ୍ଡପରେ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳର ଅନ୍ୟତମ ଜଣାଶୁଣା ଆଧ୍ୟାତ୍ମିକପ୍ରେମୀ ବଂଶୀଧର ନାହାକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ସମସ୍ତଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଖାରିଆ ଓ ଘଟକୁରୀ ନାମ ସଂକୀର୍ତ୍ତନ ମଣ୍ଡଳୀର ଧ୍ୱନୀରେ ସଂପୁର୍ଣ୍ଣ ଗ୍ରାମ୍ୟ ପରିବେଶ ଉଛୁଳି ପଡିଥିଲା ବେଳେ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ବାର୍ଷିକ ଯାତ୍ରା ଅବସରରେ ପୌରାଣିକ ନାଟକ ଦାନବୀର ହରିଶ୍ଚନ୍ଦ୍ର ଓ ଭକ୍ତ ପ୍ରହଲ୍ଲାଦ ମଞ୍ଚସ୍ଥ ହୋଇଥିଲା । ଗତ କାର୍ତ୍ତିକ ପଞ୍ଚୁକ ତିଥି ଠାରୁ ଖାରିଆ ଗ୍ରାମରେ ଆରମ୍ଭ ହୋଇ ରବିବାର ଦିନ ସମାପ୍ତ ହୋଇଥିବା ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ବାର୍ଷିକ ଯାତ୍ରା ମହୋତ୍ସବକୁ ସୁପରିଚାଳନା କରିବା ଦିଗରେ ଗ୍ରାମର ଆଧ୍ୟାତ୍ମିକପ୍ରେମୀ ସୁଦାମ ଚରଣ ପ୍ରଧାନ, ସୂର୍ଯ୍ୟନାରାୟଣ ମହାନ୍ତି, ବାଳକୃଷ୍ଣ ଜେନା, ବାବୁ ପ୍ରଧାନ, ଶିବରାମ ପ୍ରଧାନ, ଦୁତୀକୃଷ୍ଣ ପ୍ରଧାନ, ବିଜୟ ରଣା, ଲୋକନାଥ ରଣା, ମୁରଲି ବିଶ୍ୱାଳ, ଲଡୁ ବିଶ୍ୱାଳ, ପ୍ରଦୀପ କୁମାର ଜେନା, ଇନ୍ଦ୍ରମଣି ଗୌଡ, ଦିଲିପ କୁମାର ନାହାକ, କରୁଣାକର ନାହାକ, ଗୋଲକ ନାହାକଙ୍କ ସମେତ ସମସ୍ତ ଗ୍ରାମବାସୀ, ଉତ୍ସାହୀ ଯୁବପିଢୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।