ଖାଲକଟା ପାଟଣା ଗରୁଡେଶ୍ୱର ମନ୍ଦିର ନିକଟରୁ ମିଳିଲା ପ୍ରାଚୀନ ସଭ୍ୟତା ର ସନ୍ଧାନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ – କୋଣାର୍କ ବେଳାମାର୍ଗ ମୁଖ୍ୟ ରାସ୍ତା ନିକଟରେ ଥିବା ରାମଚଣ୍ଡୀ ଥାନା ଅଧିନ ଖାଲକଟା ପାଟଣା ଗ୍ରାମ ନିକଟ କୁଶଭଦ୍ରା ନଦୀ କୂଳରେ ଥିବା ଗରୁଡେଶ୍ୱର ମହାଦେବ ଙ୍କ ମନ୍ଦିର ପଛପାର୍ଶ୍ୱ ରୁ ଏକ ପ୍ରାଚୀନ ସଭ୍ୟତା ର ସନ୍ଧାନ ମିଳିଛି। ଶହ ଶହ ବର୍ଷ ର ପ୍ରାଚୀନ ସଭ୍ୟତା ଭଗ୍ନାବଶେଷ ଗୁଡିକ ଏଠାରେ ଠାବ ହୋଇଛି। ବିଲୁପ୍ତ ହୋଇଯାଇଥିବା ଅନେକ କୀର୍ତିରାଜିର ର ଭଗ୍ନାଶ ଗୁଡିକ ର ଅବସ୍ଥିତିକୁ ନେଇ ଏହା ପ୍ରମାଣିତ କରିଛି। ପୁରୀ ଜିଲ୍ଲା ଗୋପ ବ୍ଲକ ସୁତନ ପଂଚାୟତ ର ଖାଲକଟା ପାଟଣା ଗ୍ରାମ କୁଶଭଦ୍ରା ନଦୀ ନିକଟରେ ଥିବା ଗରୁଡେଶ୍ଵର ମହାଦେବ ଙ୍କ ନିକଟରେ ବାଲି ଖୋଲିବା ସମୟରେ ସନ୍ଧାନ ମିଳିଲା ପ୍ରାଚୀନ ସଭ୍ୟତା ର ସ୍ଥିତି। ପାରିପାର୍ଶ୍ବିକ ଅବସ୍ଥା କୁ ଲକ୍ଷ କଲେ ଏଠାରେ ପ୍ରାଚୀନ ସଭ୍ୟତା ଥିବା ଅନୁମାନ କରାଯାଉଛି , ବିଭିନ୍ନ ସ୍ଥାନରେ ପଡି ରହିଥିବା କାରୁକାର୍ଯ୍ୟ ପଥର ମନ୍ଦିର କୀର୍ତ୍ତିରାଜି ଶିଳାଖଣ୍ଡ , ପଥର ସ୍ତମ୍ଭ , ବଡ଼ବଡ଼ ପୁରାତନ ପଥର ,ପୁରାତନ ଭଗ୍ନ ମୂର୍ତ୍ତି , କିଛି ମାଟି ନିର୍ମିତ କୂଅ ନନ୍ଦ ,ପୁରାତନ ଇଟା ର ସନ୍ଧାନ ଏଠାରେ ମିଳିଛି। ଏ ସମସ୍ତ ଅବସ୍ଥିତି କୁ ଅନୁଧ୍ୟାନ ଓ ବିସ୍ଲେଶଣ କୁ ନେଇ ପୁରାତନ ଗଙ୍ଗ ବଂଶ ଶାସନ ର ସଭ୍ୟତା ଏଠାରେ ଅବସ୍ତିତ ଥିବା ନେଇ ଅନୁମାନ କରାଯାଉଛି ଓ ପୂର୍ବରୁ ଗଙ୍ଗ ବଂଶର ରାଜତ୍ଵ ଥିବାକୁ ନେଇ ଅନେକ କୀର୍ତିରାଜି ମନ୍ଦିର ର ଅବସ୍ଥିତି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବାକୁ ନେଇ ଏହା ଗଙ୍ଗ ବଂଶ ର ବୋଲି ବାବୁରାମ ବେହେରା, ଗରୁଡେ ଶ୍ଵର ମହାଦେବ ଙ୍କ ମୁଖ୍ୟ ପରିଚାଳକ କହୁଥିବା ସହ ସ୍ଥାନୀୟ ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ମୁଦୁଲି ,କାଶୀନାଥ ନାୟକ ମଧ୍ୟ ମତପ୍ରକାଶ କରିଛନ୍ତି। କୁଶଭଦ୍ରା ନଦୀ ମୁହାଣ ନିକଟରେ ଥିବା ଏହି ଭଗ୍ନାଶ ଗୁଡିକ ବିଶେଷ ଭାବରେ ଏଠାରେ ପୁରାତନ ସଭ୍ୟତା ଥିଲା ବୋଲି ଅନୁମାନ କରାଯାଉଥିବା ବେଳେ କଟକ ର ଇନଟାକର ୫ ଜଣିଆ ଅନୁସନ୍ଧାନକାରୀ ଟିମ ଏହି ସ୍ଥାନ ଗ୍ରସ୍ତ କରି ମନ୍ଦିର କୀର୍ତ୍ତିରାଜ ଶିଳାଖଣ୍ଡ, ପୁରାତନ ଭଗ୍ନ ମୂର୍ତ୍ତି, ମାଟି ନିର୍ମିତ କିଛି ଅଂଶ ବିଶେଷ ଗବେଷଣା ପାଇଁ ନେଇ ଛନ୍ତି। ରାଜ୍ୟ ସରକାର ଯଦି ଏହାର ପ୍ରତ୍ନତାତ୍ଵିକ ଅନୁସନ୍ଧାନ କରିବା ରେ ସହଯୋଗ କରିବେ ତେବେ ଏନେଇ ଅନେକ ଐତିହାସିକ ତଥ୍ୟ ସାମ୍ନାକୁ କୁ ଆସିବ ବୋଲି କୁହାଯାଇଛି। ବିଶେଷ କରି ପ୍ରାୟ ୨୫/୩୦ ବର୍ଷ ପୂର୍ବରୁ ଏଠାରେ ପୂର୍ବରୁ ବନ୍ଦର ଥିବା କୁ ନେଇ ଅନୁସନ୍ଧାନ ପାଇଁ ମାଟି ଖୋଳା ହେବା ସମୟ ରେ ଏହି ପ୍ରଚୀନ କୀର୍ତ୍ତିରାଜ ଗୁଡିକ ମିଳି ଥିବା ବେଳେ ପୁଣି ଇନଟାକ ପ୍ରତ୍ନତତ୍ତ୍ବ ଟିମ ର ଏହାର ଅନୁଧ୍ୟାନ କରିଥିଲେ । ଅଧିକ ଅନୁସନ୍ଧାନ ଓ ଗବେଷଣା କରାଗଲେ ବହୁ ତଥ୍ୟ ନଜର କୁ ଆସିବ ବୋଲି କୁହାଯାଇଛି।