ଖାଲି ପଡିଥିବା ପ୍ରାଣୀ ଚିକିତ୍ସକ ପଦବୀ ପୂରଣ କରିବା ନିମନ୍ତେ ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଗ୍ରାମ ପଂଚାୟତ ରେ ଖାଲି ପଡ଼ିଥିବା ପ୍ରାଣୀ ଚିକିତ୍ସକ ପଦବି ତୁରନ୍ତ ପୂରଣ କରିବା ଦାବୀ ନେଇ ଗୁରୁବାର ଚମାଖଣ୍ଡି ସରପଞ୍ଚ ସିଏଚ ମନୋଜ କୁମାର ରେଡ୍ଡୀ ଏକ ଦାବୀ ପତ୍ର ଛତ୍ରପୁର ପ୍ରାଣୀ ଚିକିତ୍ସାଅଧିକାରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି l ଏଠାରେ ପ୍ରାଣୀ ଚିକିତ୍ସକ ନଥିବା ହେତୁ ପଂଚାୟତ ଅଧୀନ ଥିବା ଗ୍ରାମ ର ଗାଈ, ଗୋରୁ, ମଇଁଷି ଓ ସମସ୍ତ ଗୃହ ପାଳିତ ପଶୁ ମାନଙ୍କ ଉତ୍ତମ ସେବାରୁ ବଞ୍ଚିତ ହୋଇ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଛନ୍ତି l ଏଣୁ ବିଭାଗ ପକ୍ଷରୁ ଏହାକୁ ଦୃଷ୍ଟି ରେ ଆବଶ୍ୟକ ପଦବୀ ପୂରଣ କରିବା ସହିତ ସମସ୍ତ ଗୃହ ପାଳିତ ଙ୍କ ଉତ୍ତମ ସେବା କରିବା ନିମନ୍ତେ ସେ ଉକ୍ତ ଦାବୀ ପତ୍ର ରେ ଦର୍ଶାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ