ଖାଲି ପଡିଥିବା ସିଟ ପାଇଁ ପ୍ରକାଶ ପାଇବ ମେଧା ତାଲିକା

(ଯୁଗାବ୍ଦ ନ୍ୟୁଜ )ପୁଣିଥରେ ସୁଯୋଗ ପାଇବେ ଛାତ୍ରଛାତ୍ରୀ । ଯୁକ୍ତ ୨ ପାଇଁ ଖାଲିଥିବା ସିଟ୍ଗୁଡ଼ିକରେ ନାମଲେଖା ପାଇଁ ୨୧ତାରିଖ ଅପରାହ୍ଣ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ । ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ସେହିଦିନ ଅପରାହ୍ଣ ୫ଟାରେ ୱେବସାଇଟ୍ରେ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅନ୍ୟପକ୍ଷରେ ଡିଗ୍ରି କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟ, ସେଲ୍ଫ ଫାଇନାନ୍ସିଂ, ସଂସ୍କୃତ କଲେଜଗୁଡ଼ିକରେ ଖାଲିଥିବା ସିଟ୍ ପୂରଣ ପାଇଁ ଗୁରୁବାର ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ                      www.samodisha.gov.in/www.dheodisha.gov.in’ ରେ ତାଲିକା ପ୍ରକାଶ ପରେ ମଧ୍ୟାହ୍ନ ୧୨ଟାରେ କଲେଜ ନୋଟିସ୍ ବୋର୍ଡରେ ନାମ ପ୍ରକାଶ କରାଯିବ। ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ନାମଲେଖା ଫି’ ଦାଖଲ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ