ଖୁବଶୀଘ୍ର ରାମ ମନ୍ଦିର ଭୂମି ପୂଜନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ କାର୍ଯ୍ୟ ଆସନ୍ତା ୩ କିମ୍ବା ୫ରେ ହୋଇପାରେ ବୋଲି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇଟି ତାରିଖ ମଧ୍ୟରୁ ଯେଉଁ ତାରିଖକୁ ସ୍ଥିର କରିବେ, ସେହି ଦିନ ରାମ ମନ୍ଦିର ଭୂମି ପୂଜନ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରକାଷ ପାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଗଷ୍ଟ ୩ ଏବଂ ଅଗଷ୍ଟ ୫ ଦୁଇଟି ତାରିଖ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି । ପ୍ରଧାନମନ୍ତ୍ରୀ ଯେଉଁ ତାରିଖକୁ ବାଛିବେ ସେହିଦିନ ହିଁ ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟି କାମେଶ୍ୱର ଚୌପାଲ କହିଛନ୍ତି । ମନ୍ଦିର ଭୂମି ପୂଜନ ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ