ଖୁବ୍‌ଶୀଘ୍ର ଭାରତକୁ ମିଳିବ ଏସ୍-୪୦୦ ଏୟାର୍ ଡିଫେନ୍ସ୍ ମିସାଇଲ୍

ନୂଆଦିଲ୍ଲୀ- ଶୁକ୍ରବାର ଦିନ ରୁଷ୍ର ଉପ ରାଷ୍ଟ୍ରଦୂତ ରୋମାନ୍ ବାବୁସ୍କିନ୍ କହିଛନ୍ତି ୨୦୨୫ ସୁଦ୍ଧା ଭାରତକୁ ସମସ୍ତ ଏସ୍-୪୦୦ ଏୟାର୍ ଡିଫେନ୍ସ୍ ମିସାଇଲ୍ ପ୍ରଦାନ କରାଯିବ । ଭାରତକୁ ଯୋଗାଣ ହେବାକୁ ଥିବ ଏସ୍-୪୦୦ କ୍ଷେପଣାସ୍ତ୍ରର ଉତ୍ପାଦନ ଆରମ୍ଭ ହେଲାଣି । ଏହା ସହିତ ରୁଷ୍-ଭାରତ-ଚୀନ୍ ତ୍ରିପାକ୍ଷିକ ଆଲୋଚନାରେ ଯୋଗ ଦେବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମାର୍ଚ ୨୨ ଓ ୨୩ ତାରିଖରେ ରୁଷ୍ ଗସ୍ତରେ ଯାଉଛନ୍ତି । ଏସ୍-୩୦୦ର ଉନ୍ନୀତ ସଂସ୍କରଣ ହେଉଛି ଏସ୍-୪୦୦ କ୍ଷେପଣାସ୍ତ୍ର ନିରୋଧକ ବ୍ୟବସ୍ଥା । ପୂର୍ବରୁ ଏହା କେବଳ ରୁଷ୍ର ପ୍ରତିରକ୍ଷା ବଳରେ ସାମିଲ୍ ହୋଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ