ନିର୍ଭୟା ଫାଶୀ ମାମଲା : ରାଜନୀତି ନେଇ ଆଶାଦେବୀଙ୍କ ସମାଲୋଚନା
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ରାଜନୀତିକରଣ କରାଯାଉଛି। ଏଭଳି ମତବ୍ୟକ୍ତ କରି ଆଶାଦେବୀ ବିଜେପି ଏବଂ ଆପ୍କୁ ସମାଲୋଚନା କରିଛନ୍ତି ।
ସେ କହିଛନ୍ତି ଯେ, ଯେଉଁମାନେ ୨୦୧୨ ମସିହାରେ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ସେମାନେ ରାଜନୀତି କରୁଛନ୍ତି। ଉଭୟ ବିଜେପି ଏବଂ ଆପ୍ ଫାଶୀ ମାମଲାକୁ ନେଇ ପରସ୍ପର ପ୍ରତି କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଅସହଯୋଗ କାରଣରୁ ଫାଶୀ ଦେବାରେ ବିଳମ୍ବ ହେଉଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଥିବା ବେଳେ ମନୀଷ ସିସୋଦିଆ ଏହାକୁ ଖଣ୍ଡନ କରିଛନ୍ତି । ଉଭୟ ପୋଲିସ୍ ଏବଂ ନ୍ୟାୟ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରକାଶ କରିଛନ୍ତି । ଏପରି ସମ୍ବେଦନଶୀଳ ମାମଲାରରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ସିସୋଦିଆ ଏବଂ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି ।


