ଖେମୁଣ୍ଡିି ଓକିଲ ସଂଘ ପକ୍ଷରୁ ଆଇନଜୀବି ଦିବସ ପାଳିତ।   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶୁକ୍ରବାର ମଧୁବାବୁ ଜୟନ୍ତୀ ଅବସରରେ ଆଇନଜୀବି ଦିବସ ପାଳିତ ହୋଇଯାଇଛି। ସଂଘ ର ସମ୍ପାଦକ କୁରେଶୁ ପଣ୍ଡା ଙ୍କ ସଂଯୋଜନାରେ  ଆୟୋଜିତ ସଭାରେ ସଂଘ ର ସଭାପତି ଲକ୍ଷ୍ମୀନାରାୟଣ ପାଢ଼ୀ ଅଧ୍ୟକ୍ଷତା କରିଥିଲେ।ଦିଗପହଣ୍ଡି କୋର୍ଟ ର ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ଏବଂ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ର ମାଜିଷ୍ଟ୍ରେଟ ଶୁଭଶ୍ରୀ ମଲ୍ଲ ଅତିଥି ଭାବେ ମଞ୍ଚାସିନ ଥିଲେ।ସଭାରେ ବରିଷ୍ଠ ଆଇନଜୀବୀ ହୃଦୟ ରଞ୍ଜନ ମେକାପ, ପ୍ରଭାକର ରାଉତ, ହରପ୍ରସାଦ ରଥ, ରତ୍ନାକର ମେକାପ, ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ,ସତ୍ୟନାରାୟଣ ରଥ,ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ମଧୁସୂଦନ ଦାସ ଙ୍କ ଜୀବନୀ ଏବଂ ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଉଦବୋଧନ ଦେଇଥିଲେ।ସଭାରେ ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି ଙ୍କ ସମେତ ସଙ୍ଘର ଉପସଭାପତି ଗିରିଜା ନନ୍ଦନ ମେକାପ,ସହ ସମ୍ପାଦକ ରାଜେନ୍ଦ୍ର କୁମାର ତ୍ରିପାଠୀ,କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ,ଆଇନଜୀବି ଚନ୍ଦ୍ର ଧ୍ଵଜ ସିଂହ,ସନ୍ତୋଷ କୁମାର ସାହୁ,ସୁକାନ୍ତ ପ୍ରଧାନ,ପ୍ରହଲ୍ଲାଦ ପ୍ରଧାନ,ଅଶେଷ ନାଥ ମିଶ୍ର,ସଞ୍ଜୟ କୁମାର ପଣ୍ଡା,ପ୍ରିୟରଞ୍ଜନ ପଟ୍ଟନାୟକ,କିଶୋର ଗୌଡ଼, କୃଷ୍ଣ ଚନ୍ଦ୍ର ଦାସ,ବିଜୟ ପ୍ରଧାନ,ଯୁଧିଷ୍ଠିର ପାତ୍ର,ପ୍ରଦୀପ ନାୟକ,ମନୋରଞ୍ଜନ ପଣ୍ଡା,ହେମନ୍ତ କୁମାର ପାଣିଗ୍ରାହୀ,ସଦାନନ୍ଦ ପରମଗୁରୁ,ଲକ୍ଷ୍ମଣ ବେହେରା,ଟୁକୁନା ପ୍ରଧାନ,ଦେବେଶ ଚନ୍ଦ୍ର ମିଶ୍ର ପ୍ରମୁଖ ବହୁ ସଂଖ୍ୟକ ଆଇନଜୀବି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ