ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି।ନିର୍ବାଚନ ଅଧିକାରୀ ନୀଳମାଧବ ରଥଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ଚନ୍ଦ୍ରଧ୍ବଜ ସିଂହ ସମସ୍ତ କର୍ମକର୍ତ୍ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ।ଏଥିରେ ନବନିର୍ବାଚିତ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ, ଉପସଭାପତି ଗିରିଜା ନନ୍ଦନ ମେକାପ, ସମ୍ପାଦକ କୁରେଶୁ ପଣ୍ଡା, ସହସମ୍ପାଦକ ରାଜେନ୍ଦ୍ର କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନଙ୍କ ସମେତ ଆଇନଜୀବି ଏ.ସୋମେଶ୍ବର ରାଓ, ପ୍ରହ୍ଲାଦ ପ୍ରଧାନ, ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ରତ୍ନାକର ମେକାପ, ହରପ୍ରସାଦ ରଥ, ଅଶେଷ ନାଥ ମିଶ୍ର, ସନ୍ତୋଷ କୁମାର ସାହୁ, ମନୋରଞ୍ଜନ ପଣ୍ଡା, ବିଜୟ ପ୍ରଧାନ, ଶରତଚନ୍ଦ୍ର ମିଶ୍ର ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ