ଖେମୁଣ୍ଡି ଓକିଲ ସଂଘ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବ ନିର୍ବାଚିତ ସଭାପତି ପରେଶ ଚନ୍ଦ୍ର ରଥ,ଉପ ସଭାପତି ରଞ୍ଜନ କୁମାର ବେହେରା,ସମ୍ପାଦକ ଅଶେଷ ନାଥ ମିଶ୍ର,କୋଷାଧ୍ୟକ୍ଷ ମନୋରଞ୍ଜନ ପଣ୍ଡା ଙ୍କୁ ରବିବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଉଛ୍ୱର୍ଶିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦିଗପହଣ୍ଡି ଭାଜପା ନଗର କମିଟି ସଭାପତି ଭବାନୀ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଭାଜପା ର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ବବିତା ପାତ୍ର, ଜିଲା କାର୍ଯ୍ୟକର୍ତ୍ତା ମହନ୍ତ ଚିନ୍ମୟା ନନ୍ଦ ଦାସ ମହାରାଜ, ଭାଜପା ମହିଳା ମୋର୍ଚ୍ଚା ର ପ୍ରାକ୍ତନ ଜିଲା ସଭାନେତ୍ରୀ ବନଜା ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓକିଲ ସଙ୍ଘ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ସହ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ଓକିଲ ସଙ୍ଘ ଆଞ୍ଚଳିକ ପ୍ରସଙ୍ଗ ଗୁଡ଼ିକୁ ସମର୍ଥନ ଜଣାଇ ଅଞ୍ଚଳବାସୀଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ଜନସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ପ୍ରଚେଷ୍ଟା କରିବାକୁ ଉପସ୍ଥିତ ନେତୃବୃନ୍ଦ ପରାମର୍ଶ ଦେଇଥିଲେ। ଦିଗପହଣ୍ଡି ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ କୌଣସି ଅନୁଷ୍ଠାନ କିମ୍ବା ରାଜନୈତିକ ଦଳ ପକ୍ଷରୁ ଯଦି ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଗଣ ଆନ୍ଦୋଳନ କରାଯାଏ ତାହାହେଲେ ଓକିଲ ସଂଘ ପକ୍ଷରୁ ଅକୁଣ୍ଠିତ ସମର୍ଥନ କରାଯିବ ବୋଲି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ବୃନ୍ଦ ଘୋଷଣା କରିଥିଲେ। ଏହି ସଭାରେ ଶ୍ରୀହର୍ଷ ପଣ୍ଡା, ଭୁବନେଶ୍ୱର ପଣ୍ଡା,ଟୁନା ଚୌଧୁରୀ, ବିଶ୍ଵନାଥ ପଣ୍ଡା, ସିମାଞ୍ଚଳ ସାସମଲ , ଉଗ୍ରସେନ ସାସମଲ, ରାଜ ଶେଖର ଚୌଧୁରୀ, ପ୍ରକାଶ ମଲ୍ଲିକ ପ୍ରମୁଖ ଦିଗପହଣ୍ଡି ସହରର ବହୁସଂଖ୍ୟକ ସଚେତନ ଜନସାଧାରଣ ଉପସ୍ଥିତ ଥିଲେ।


