ଖେମୁଣ୍ଡି ଖଲାସି ସଂଘର ବୈଠକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି କାର୍ଯ୍ୟାଳୟରେ ଖେମୁଣ୍ଡି ଖଲାସି ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ଅଳକ ନାଥ ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ର ଦରଦାମ ବୃଦ୍ଧି ଯୋଗୁଁ ସ୍ବଳ୍ପ ରୋଜଗାର ମଧ୍ୟରେ ଖଲାସି ମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି।ବ୍ୟବସାୟୀ ମାନେ ଦୀର୍ଘବର୍ଷ ହେଲା ମଜୁରୀ ବୃଦ୍ଧି କରୁନଥିବାରୁ ସେ ନେଇ ସଭାରେ ସବିଶେଷ ଆଲୋଚନା କରାଯାଇ ଅନ୍ୟାନ୍ୟ ସହରାଞ୍ଚଳ ଭଳି କିଲୋଗ୍ରାମ ଆଧାରରେ କୁଲି ମଜୁରୀ ବୃଦ୍ଧି କରିବାକୁ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଖଲାସି ମାନଙ୍କର ପିଲା ଛୁଆ ଙ୍କୁ ଚିହ୍ନଟ କରାଯାଇ ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ମାଗଣା ପାଠପଢା ସାଙ୍ଗକୁ ପୋଷାକ ପ୍ରଦାନ କରାଯିବା ନେଇ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଖଲାସି ସଂଘର କାର୍ଯ୍ୟକର୍ତ୍ତା ଯୁଧିଷ୍ଠିର ଦାସ,ପାଣ୍ଡବ ସେଠୀ,ରୋହିତ ସେଠୀ,ଶୁକଦେବ ବେହେରା,ଉଜ୍ଜଳ ସେଠୀ,ରଞ୍ଜନ ସେଠୀ, ପିଣ୍ଟୁ ଦାସ,ସନ୍ତୋଷ ସେଠୀ, ଗାଣ୍ଡୁ ସେଠୀ, ସୁନିଳ ସେଠୀ ଏବଂ କାଳୁଚରଣ ସେଠୀ ପ୍ରମୁଖ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


