ଖେଳପଡିଆ ଉନ୍ନତିକରଣ ନାମରେ କାମ ନକରି ଅନୁଦାନ ଉଠାଇନେବା ଉଦ୍ୟମ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜମ୍ଭରା ଏସ.ପି ନୋଡାଲ ସ୍କୁଲରେ ଖେଳପଡିଆ ଉନ୍ନତିକରଣ ନାମରେ ୬ଲକ୍ଷ ଟଙ୍କାର ଏକ କାର୍ଯ୍ୟ କରାଯିବାକୁ ଥିବାବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ଅନୁଦାନ ହରିଲୁଟ କରାଯିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏହି ଖେଳ ପଡିଆ ନିର୍ମାଣ ପାଇଁ ଜିପି ସେୟାରରୁ ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ଠିକାଦାର କେବଳ ଏକ ଜେସିପି ମେସିନି ନେଇ ଘାସ ସଫା କରିଦେଇ ମୁଠେ ମାଟି ନପକାଇ ମଧ୍ୟ କାମର ବିଲ କରିବାପାଇଁ ଲାଗିପଡିଛନ୍ତି । ଏପରିକି ଆଦୌ କାମ ନହୋଇ ମଧ୍ୟ ୫୦ଜଣ ଶ୍ରମିକ କାମ କରିଥିବା ଦର୍ଶାଇ ୭ଦିନର ମଷ୍ଟର ରୋଲ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସରପଞ୍ଚ ରମାକାନ୍ତ ନାୟକଙ୍କୁ ପଚାରିବାରେ ସେ କାମ ବାବଦରେ ଜାଣି ନଥିବା କହୁଥିବାବେଳେ ବ୍ଲକର ଏପିଓ ମଧ୍ୟ ମୁହଁ ଖେଲୁ ନାହାନ୍ତି । ହାଟଡିହି ବିଡିଓ ତୁରନ୍ତ ଏହାର ତଦନ୍ତ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ