କରଞ୍ଜିଆ ବନଖଣ୍ଡ ପକ୍ଷରୁ ପ୍ରଥମ ବାଲହିଲ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ପକ୍ଷରୁ ବନ ମହୋତ୍ସବ ପାଳିତ ହେଉଛି ବନଖଣ୍ଡ ର ବିଭିନ୍ନ ରେଞ୍ଜ ର ବିଭିନ୍ନ ସେକ୍ସନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ କରଞ୍ଜିଆ ବନଖଣ୍ଡ ପକ୍ଷରୁ ପ୍ରଥମ ଥର ବାଲହିଲ ପ୍ଲାଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ବାଲହିଲ କାର୍ଯ୍ୟକ୍ରମ ବନଖଣ୍ଡ ର ଦୁଧିଆଣି ରେଞ୍ଜ ଅଧୀନ ଏକତାଳି ସେକ୍ସନ ର ତିଳବାଡି ଗ୍ରାମ ସନ୍ନିକଟ ପାହାଡ଼ ରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି କାର୍ଯ୍ୟକ୍ରମ ଟି ଓଏଫଡିସି ସଂଯୋଜକ ଶରତ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାଏକ, ସମ୍ମାନିତ ଅତିଥି ରୂପେ ଏସିଏଫ ଫାଲଗୁନି ବେହେରା, ମୋଦନ ମୋହନ ମହାନ୍ତ, ଶିକ୍ଷାନବିଶ ଜଗଦୀଶ ଦାସ, ରେଞ୍ଜର ପ୍ରଦୀପ ପୃଷ୍ଟି, ବନପାଳ ଯତୀନ ବେହେରା, ତିଳବାଡି ବିଦ୍ୟାଳୟ ର ଶିକ୍ଷକ ଶଶଧର ସେଠୀ, ଶିକ୍ଷୟତ୍ରୀ ସରୋଜିନୀ ମହାନ୍ତ ପ୍ରମୁଖ ଙ୍କ ସହିତ ଗ୍ରାମବାସୀ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଡିଏଫଓ ଶ୍ରୀଯୁକ୍ତ ନାଏକ ଉପସ୍ଥିତ ଜନସାଧାରଣ ଓ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ର ଉପାଦେୟତା ବିଷୟରେ ନିଜ ବକ୍ତବ୍ୟ ମାଧ୍ୟମ ରେ ସୂଚନା ଦେବା ସହିତ ସମସ୍ତେ ନିଜ ନିଜ ବାଡି ବଗିଚାରେ ଅନ୍ତତଃ ୨ ରୁ ୫ ଟି ବୃକ୍ଷ ଓ ସ୍କୁଲ ପରିସରରେ ଯେତେ ସମ୍ଭବ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ ଓ ବିଭାଗ ତରଫ ରୁ ସମସ୍ତଙ୍କୁ ମାଗଣାରେ ଗଛ ମିଳିବ ବୋଲି ସୂଚନା ଦେଇଥିଲେ କାର୍ଯ୍ୟକ୍ରମ ଶେଷ ରେ ରେଞ୍ଜର ପ୍ରଦୀପ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ କୁ ପରିଚାଳନା ରେ ପ୍ରଭାତ ରଞ୍ଜନ ଦାସ, କ୍ଷୀରୋଦ ମହାନ୍ତ, ବିଦ୍ୟାଧର ମହାନ୍ତ, ଭାରତୀ ନାଏକ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ