ଖେଳପଡିଆ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାପାଇଁ ବିଡିଓଙ୍କୁ ଦାବିପତ୍ର

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଗୋପ ଗ୍ରାମରେ ଥିବା ଖେଳପଡିଆ କାର୍ଯ୍ୟକୁ ସମ୍ପୁର୍ଣ୍ଣ କରି ଏହାକୁ ଖେଳୋପଯୋଗୀ କରିବାକୁ ଆପେକ୍ସ ଯୁଥ କ୍ଲବ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କ୍ଲବ ସଦସ୍ୟଙ୍କ ଅଭିଯୋଗ ଅନୁଯାଇ ଗତ ଦେଢ଼ବର୍ଷ ତଳେ ଗୋପ ଗ୍ରାମର ଏହି ଏକମାତ୍ର ଖେଳପଡିଆର ଉନ୍ନତିକରଣ କାର୍ଯ୍ୟ କରାଯାଇଥିଲା । ଖେଳପଡିଆର ଉନ୍ନତିକରଣ ହେଲେ ପିଲାମାନେ ଭଲଭାବେ ଖେଳିପାରିବେ ବୋଲି ଆଶା ବାନ୍ଧିଥିଲେ । ମାତ୍ର ଦେଢ଼ବର୍ଷ ଅତିକ୍ରାନ୍ତ କରିସାରିଥିଲେ ମଧ୍ୟ ମାଟି ଗୁଡିକ କୁଢ଼ କୁଢ଼ ହୋଇ ପଡିଆସାରା ପଡି ରହିଛି । ଫଳରେ ଗ୍ରାମର ଯୁବକମାନେ ଖେଳିବାରୁ ବଞ୍ଚିତ ହୋଇଛନ୍ତି ବୋଲି ୟୁଥକ୍ଲବର ସଦସ୍ୟ ଦିବ୍ୟ ରଞ୍ଜନ ପରିଡା, ଅଶୁଂମାନ ପରିଡା, ସୌମ୍ୟ ରଞ୍ଜନ ନାୟକ, ତ୍ରିଲୋଚନ ବିଶ୍ୱାଳ, ସ୍ମୃତି ରଞ୍ଜନ ବାରିକ, ସୁବ୍ରତ କୁମାର ଚୌଧୁରୀ, ଦେବାଶିଷ ନାୟକ, ଦେବବ୍ରତ ରାଉତ, ବିଶ୍ୱଜିତ ଜେନା, ଘନଶ୍ୟାମ ଯେନା, ଦେବବ୍ରତ ଜେନା, ସୁରେଶ ପରିଡା, ଜଗମୋହନ ଖୁଣ୍ଟିଆ, ରଶ୍ମୀରଞ୍ଜନ ପରିଡା, ଗିରିଜା ପ୍ରସାଦ ଖୁଣ୍ଟିଆ, କ୍ଷୀରୋଦ ପରିଡା ପ୍ରମୁଖ ବିଡିଓ ସୁଶ୍ରୀ ବିନିତା ବିଜୟିନୀଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଖେଳପଡିଆକୁ ଖେଳୋପଯୋଗୀ କରିବାକୁ ସେମାନେ ବିଡିଓଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ