ଖୈରପୁଟି ପଞ୍ଚାୟତ ରେ ପୋଖରୀ ନିଲାମ ଶାନ୍ତିପୁର୍ଣ
ବେଲ୍ଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଆଜି ବେଲ୍ଲଗୁଣ୍ଠା ବ୍ଲକ ଖୈରପୁଟି ପଞ୍ଚାୟତରେ ପୋଖରୀ ନିଲାମ ପାଈଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ସକାଳ ୧୦ ଟା ରୁ ନିଲାମ ଆରମ୍ଭ ହେଇଥିଲା । ସେଠାରେ ହୋ ହାଲ୍ଲା ହେବାର ସମ୍ଭାବନା ଥିବାରୁ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ମାନେ ଭିଡ ଜମାଇଥିଲେ । ପଞ୍ଚାୟତ ଅନ୍ତର୍ଗତ ସାନ ସାଦେରା ପୋଖରୀ ଦୁଇଗୋସ୍ଟି ଙ୍କ ମଧ୍ୟରେ ପୋଖରୀକୁ ନିଲାମରେ ନେବାକୁ ପ୍ରତିଯୋଗିତା ଚାଲିବାରୁ ଗତ ବର୍ଷ ୮୯,୦୦୦ ରେ ନିଲାମ ହେଇଥିବା ବେଳେ ଚଳିତ ବର୍ଷ ୨,୧୫,୦୫୦ (ଦୁଇ ଲକ୍ଷ ପନ୍ଦର ହଜାର ପଚାଶ ଟଙ୍କା ) ଟଙ୍କା ଜାହାକି ଗତ ବର୍ଷ ତୁଳନାରେ ଏକ ଲକ୍ଷ ଛବିଶ ହଜାର ଅଧିକା । ଖୈରପୁଟି ଡମୁଣି ପୋଖରୀକୁ ନୂଆ ସାହି ବାସିନ୍ଦାଙ୍କ ନିଷ୍ପତି ପ୍ରକାରେ ଜୁବ ସମାଜ ସେବୀ ଜଗନ୍ନାଥ ନାୟକ ଙ୍କ ନାମରେ ରଖା ଜାଇଥିବା ଜଣା ପଡିଛି । ପଞ୍ଚାୟତର ଚାରଟି ଗ୍ରାମ , ଖୈରପୁଟି , ସାନ ସାଦେରା , ବଡ ସାଦେରା ଓ ଇନ୍ଦନ ପୁର ରେ ଆଜି ବାରଟି ପୋଖରୀ ନିଲାମ ହେବାର ଥିଲା କିନ୍ତୁ ସମୟ ଅଭାବରୁ ୯ ( ନହ ) ଟି ପୋଖରୀ ନିଲାମ ହେଇଥିବା ବେଳେ ବାକି ତିନଟି କୁ ସ୍ତଗୀତ ରଖାଯାଇଥିବା ଜଣାପଡ଼ିଛି । ଆଜିର ଏହି କାର୍ୟ୍ୟକ୍ରମରେ ସରପଞ୍ଚ ପ୍ରତିମା ଜେନା , ସମିତି ସଭ୍ୟ ପ୍ରଭାତ କୁମାର ସ୍ବାଇଁ , ପି ଈ ଓ ପୂର୍ଣ ଚନ୍ଦ୍ର ବେହେରା , ଜି ପି ଓ , ଓ ଵେଲଫେର ଅଧିକାରୀ ଊପସ୍ତିତ ଥିଲେ ।