ଖୋର୍ଦ୍ଧାରେ ୧-ଇଣ୍ଡିଆ ଫ୍ୟାମିଲି ମାର୍ଟ ଷ୍ଟୋର

ଭୁବନେଶ୍ୱର, (ବ୍ୟୁରୋ): ଭାରତର ଅଗ୍ରଣୀ ଫ୍ୟାସନ୍ ଷ୍ଟୋର୍ ଭାବେ ଜଣାଶୁଣା ୧-ଇଣ୍ଡିଆ ଫ୍ୟାମିଲି ମାର୍ଟ ଖୋର୍ଦ୍ଧାରେ ଏହାର ନୂଆ ଷ୍ଟୋର ଉନ୍ମୋଚନ କରିଛି । ଖୋର୍ଦ୍ଧାରେ ଏହି ଷ୍ଟୋର୍ର ଉନ୍ମୋଚନ ରାଜ୍ୟରେ ୧-ଇଣ୍ଡିଆ ଫ୍ୟାମିଲି ମାର୍ଟର ଉପସ୍ଥିତିକୁ ସୁଦୃଢ଼ କରିଛି । ଗ୍ରାହକମାନେ ଏଥିରେ ସେମାନେ ଆବଶ୍ୟକ କରୁଥିବା ସମସ୍ତ ଦ୍ରବ୍ୟ ବ୍ୟୟସାପେକ୍ଷ ମୂଲ୍ୟରେ ପାଇପାରିବେ । ଏହି ନୂତନ ଭାବେ ଉନ୍ମୋଚିତ ଷ୍ଟୋର ଗ୍ରାହକମାନଙ୍କୁ ସ୍କ୍ରାଚ୍ ପ୍ରଦାନ କରିବା ସହିତ ୧୦୦୦ ଟଙ୍କାର ସାମଗ୍ରୀ କ୍ରୟରେ ଗ୍ରାହକମାନେ ୫୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ କୁପନ୍ ପାଇପାରିବେ । ୨୦୧୩ରେ ପ୍ରତିଷ୍ଠା ଲାଭ କରିଥିବା ୧-ଇଣ୍ଡିଆ ଫ୍ୟାମିଲି ମାର୍ଟର ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଭାରତରେ ୮୯ଟି ଷ୍ଟୋର୍ ରହିଥିବାବେଳେ ୨୦୧୯ ଶେଷ ଶୁଦ୍ଧା ଏହା ୧୧୬ଟି ନୂତନ ଷ୍ଟୋର୍ ଖୋଲିବା ପାଇଁ ଲକ୍ଷ୍ୟ ରଖିଛି । ଟାୟାର ୧ ଓ ୨ ସହରମାନଙ୍କରେ ଲୋକମାନେ ଅତ୍ୟାଧୁନିକ ଷ୍ଟାଇଲ୍ ଓ ଫ୍ୟାସନ୍ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଏବଂ ୧-ଇଣ୍ଡିଆ ଫ୍ୟାମିଲି ମାର୍ଟ ଲୋକମାନଙ୍କର ଏହି ସମସ୍ତ ଚାହିଦାଗୁଡ଼ିକୁ ପୂରଣ କରିବାରେ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ