ଖୋଲାରେ ଛାଡ଼ିଦିଆଯାଏ ଶବ
ଆଫ୍ରିକାର ମସାଈ ଜନଜାତି ନିଜ ପରମ୍ପରା ପାଇଁ ବେଶ୍ ଚର୍ଚ୍ଚିତ । ହଜାର ହଜାର ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନେ ନିଜକୁ ଆଧୁନିକତାଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିଛନ୍ତି । ଏମାନେ ଶକ୍ତିଶାଳୀ ଯୋଦ୍ଧା ଭାବେ ବେଶ୍ ପରିଚିତ । ଏହି ଜନଜାତି ତାଞ୍ଜାନିଆ ଏବଂ କେନିଆ ଜଙ୍ଗଲର ମରୁଭୂମି ଇଲାକାରେ ବାସ କରନ୍ତି । ମସାଈ ପରମ୍ପରା ଅନୁସାରେ, ଏଠାରେ ମୃତ ବ୍ୟକ୍ତିଙ୍କୁ ପୋଡ଼ାଯାଏ ନାହିଁ କି ପୋତାଯାଏ ନାହିଁ । ଏମାନଙ୍କୁ ଖୋଲାରେ ଛାଡ଼ିଦିଆଯାଏ । ବିଶ୍ୱାସ ଥାଏ, ଶବକୁ ପୋଡ଼ିଲେ କି ପୋତିଲେ ମାଟିର ଉର୍ବରତା ନଷ୍ଟ େହୋଥାଏ । କେବଳ ସେତିକି ନୁହେଁ, ଏମାନେ ସରକାରୀ ନିୟମ କାନୁନ ନେଇ ଚଳନ୍ତି ନାହିଁ, ବରଂ ନିଜ ପୂର୍ବପୁରୁଷମାନେ ଆବିଷ୍କାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରିଥାନ୍ତି । ଏମାନଙ୍କ ମଧ୍ୟରେ ସବୁଠୁ ବୟସ୍କ ବ୍ୟକ୍ତି ହିଁ ଜନଜାତିର ମୁଖିଆ ଭାବେ ପରିଚିତ ହୋଇଥାନ୍ତି । ତାଙ୍କ ନିଷ୍ପତ୍ତିକୁ ସମସ୍ତେ ଖୁସିର ସହ ଗ୍ରହଣ କରିଥାନ୍ତି । ସମସ୍ତ ଜନଜାତି ଲାଲ୍ ପୋଷାକ ପିନ୍ଧିଥାନ୍ତି । ଏହାଦ୍ୱାରା ଜନଜାତିଙ୍କୁ ଚିହ୍ନଟ କରିବା ସହଜସାଧ୍ୟ ହୋଇଥାଏ ।