ପ୍ରତିଘରେ ଜଣେ ମହିଳାଙ୍କର ରହିଛନ୍ତି ଏକାଧିକ ସ୍ୱାମୀ
ମହାଭାରତରେ ଦ୍ରୌପଦୀଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ । ଯାହାଙ୍କର ୫ ଜଣ ସ୍ୱାମୀ ଥିଲେ । ହେଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାରେ ଥିବା ଏକ ଗାଁ ମୁରୈନାରେ ପ୍ରତି ମହିଳାଙ୍କର ଏକାଧିକ ସ୍ୱାମୀ ରହିଥିବା କଥା ଅନେକଙ୍କୁ ଜଣା ନ ଥିବ । ଏମାନେ ଜଣେ ଜଣେ ସ୍ୱାମୀଙ୍କ ନିକଟରେ ନିର୍ଦ୍ଦିଷ୍ଟ କିଛି ସମୟ ପର୍ଯ୍ୟନ୍ତ ରହିଥାଆନ୍ତି । ତେବେ ଏହି ପରମ୍ପରା ବେଶି ପୁରୁଣା ନୁହେଁ ବୋଲି କୁହାଯାଏ । କିଛି ବର୍ଷ ପୂର୍ବେ ଗାଁ ଲୋକେ ଏହି ପରମ୍ପରାକୁ ପ୍ରଚଳନ କରିଛନ୍ତି । ଏହି ଗାଁରେ ଝିଅଙ୍କ ସଂଖ୍ୟା ଖୁବ୍ କମ୍ । ତେଣୁ ପଞ୍ଚାୟତର ନିଷ୍ପତ୍ତି କ୍ରମେ ଯେଉଁ ଘରେ ଗୋଟିଏରୁ ଅଧିକ ପୁଅ ରହିଛନ୍ତି ସେମାନେ ଗୋଟିଏ ଝିଅକୁ ବିବାହ କରିବେ ଓ ସେହି ଝିଅ ଉପରେ ସମସ୍ତଙ୍କର ସମାନ ଅଧିକାର ରହିବ । ଜଣେ ଜଣେ ଯୁବତୀ ଏଠି ୮ ଜଣ ସ୍ୱାମୀ ମଧ୍ୟ ଗ୍ରହଣ କରିଥିବା କୁହାଯାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାକାର ଝିଅ ଅବା ପୁଅ ଅନ୍ୟ ଗାଁରେ ବିବାହ ନ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି ।


