ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ସୁରଜଙ୍କ ପରିବାର
ଭଂଜନଗର,(ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତୁଲୁଡି ଗ୍ରାମ ପଂଚାୟତ ଅନ୍ତର୍ଗତ ତୁଲୁଡି ଗ୍ରାମ ଠାରୁ ମାତ୍ର ଦେଢ କିଲୋମିଟର ଚାଙ୍ଗୁଡାଇ ନଦୀ ପଠା ମା ଠାକୁରାଣୀ ମନ୍ଦିର ନିକଟରେ ବସବାସ କରନ୍ତି ସୁରଜଙ୍କ ପରିବାର । ଗରିବ ଶେଣ୍ରୀର ହୋଇଥିବାରୁ ତାଙ୍କର ପରିବାର ପୋଷଣ କରିବା କଷ୍ଟ ସାଧ୍ୟ ହୋଇ ଅତି ଦୟନୀୟ ଭାବେ ଜୀବନ ଅତିବାହିତ କରୁଛନ୍ତି । ତେଣୁ ସରକାରୀ ସହାୟତା ମିଳିଲେ ଉପକୃତ ହୋଇଥାନ୍ତେ ବୋଲି ସୁରଜଙ୍କ ପରିବାର ଲୋକ ନିବେଦନ କରିଛନ୍ତି ।


