ଖୋଲିଲା ଅଷ୍ଟମ ଶ୍ରେଣୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଅନେକ ମାସ ପରେ ଆଜି ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଠପଢା ପାଇଁ ବିଦ୍ୟାଳୟ ଖୋଲାଯାଇଛି। କରୋନା ସଂକ୍ରମଣ ସ୍ଥିର ଦୃଷ୍ଟିରୁ ପ୍ରଥମେ ନବମ ଓ ଦଶମ ଖୋଲା ଯାଇଥିବା ବେଳେ ଆଜି ଗଣଶିକ୍ଷା ବିଭାଗ ଅଷ୍ଟମ ଶ୍ରେଣୀ ଖୋଲିବାକୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ଅଧିନ ପ୍ରାୟ୧୬୯ଟି ବିଦ୍ୟାଳୟ ଖୋଲା ଯାଇଥିବା ବେଳେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପିଲା ମାନେ ବିଦ୍ୟାଳୟ ଠାରେ ପହଂଚିବା କ୍ଷଣି ସେମାନଙ୍କ ହାତକୁ ସାନିଟାଇଜ କରାଯିବା ସହ ସମସ୍ତେ ମାସ୍କ ବ୍ୟବହାର କରି ଶ୍ରେଣୀ କକ୍ଷ କୁ ଯିବାକୁ ନିର୍ଦେଶ ଦିଆଯାଇଥିଲା।ବିଇଓ ଙ୍କ ନିର୍ଦେଶ କ୍ରମେ ୧୭ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଧିକାରୀ ମାନେ ବିଦ୍ୟାଳୟ ବୁଲି ଅନୁଧ୍ୟାନ କରିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ