ଖୋଲିଲା ଦ୍ୱିତୀୟ ମାଗଣା ବସ୍ତ୍ର ଭଣ୍ଡାର
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ଅନ୍ୟତମ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଦି ନ୍ୟୁ ହୋପ’ ପକ୍ଷରୁ ଗରିବ ତଥା ଅସହାୟଙ୍କ ଉଦ୍ଦେଶ୍ୟରେ ସହରର ଦ୍ୱିତୀୟ ପୁରୁଣା ବସ୍ତ୍ର ଭଣ୍ଡାର ମଙ୍ଗଳବାର ସ୍ଥାପନ କରାଯାଇଛି । ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ସମ୍ମୁଖରେ ଏହି ବସ୍ତ୍ର ଭଣ୍ଡାରକୁ ଡାକ୍ତର ଅମିତାଭ ଗିରି ଉଦଘାଟନ କରିବା ସହିତ ଉପସ୍ଥିତ ଗରିବ ଲୋକଙ୍କୁ ବସ୍ତ୍ର ବଣ୍ଟନ ଶୁଭାରମ୍ଭ କରିଥିଲେ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଏହାଦ୍ୱାରା ବସ୍ତ୍ର ଆବଶ୍ୟକ କରୁଥିବା ବହୁ ଗରିବ ଲୋକ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ । ବସ୍ତ୍ର ଆବଶ୍ୟକ କରୁଥିବା ବ୍ୟକ୍ତି ଏହି ଭଣ୍ଡାରରୁ ନିଜର ଆବଶ୍ୟକ ମୁତାବକ ଲୁଗା ନେଇ ପାରିବେ ବୋଲି ନ୍ୟୁ ହୋପର କର୍ମକର୍ତ୍ତମାନେ ସୂଚନା ଦେଇଚନ୍ତି । ଏଥିରେ ଶାଢ଼ୀ, ପ୍ୟାଣ୍ଟ ସାର୍ଟ, ଚଦର, କମ୍ବଳ, ଜୋତା, ବ୍ୟାଗ ଆଦି ବ୍ୟବହାର ଉପଯୋଗୀ ସାମଗ୍ରୀ ରଖି ପାରିବେ । ଏହା ପୂର୍ବରୁ ସଂଗଠନ ପକ୍ଷରୁ ଏକ ବସ୍ତ୍ର ଭଣ୍ଡାର ଓ ଏକ ଖାଦ୍ୟ ଭଣ୍ଡାର ସ୍ଥାନୀୟ ଗଡ଼ଡ଼ିଆ ଛକଠାରେ ସ୍ଥାପିତ ହୋଇ ଲୋକଙ୍କୁ ସେବା ଯୋଗାଇ ଆସୁଛି । ଆଗାମୀ ଦିନରେ ଏହି ସଂଗଠନ ଅନ୍ୟାନ୍ୟ ବହୁ ଲୋକାଭିମୁଖୀ କାର୍ଯ୍ୟ କରିବାକୁ ଯୋଜନା ରଖିଛି ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି ଅବସରରେ ଉତ୍ତମ ସେବାକାର୍ଯ୍ୟ ପାଇଁ ସଂଗଠନର ସଦସ୍ୟ ତପନ କୁମାର ଜେନାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ ରକାଯାଇଥିଲା । ଦି ନ୍ୟୁ ହୋପର ସଭାପତି ସଂଗ୍ରାମ ପଣ୍ଡା, ଅଶ୍ୱିନୀ ଦାସ, ସୁଶାନ୍ତ ମହାପାତ୍ର, ଅଜିତ ପତି, ରାଜେଶ ଶର୍ମା, ମୁକ୍ତିକାନ୍ତ ମହାପାତ୍ର, ସୁଶାନ୍ତ ରଣା, ସାଗରିକା ମହାନ୍ତି, ଗିରିଜା ଶଙ୍କର ଦାସ, ପ୍ରବୀର ଦାସ, ସିଦ୍ଧାର୍ଥ ପତି, ବିଜୟ ଜେନା, ମୁସ୍ତାକ ଅଲି, ବିପ୍ଳବ ଦାସ, ଚତ୍ତରଂଜନ ପାଣିଗ୍ରାହୀ, ଦୀନେଶ ଖଣ୍ଡେଲୱାଲ ପ୍ରମୁଖ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।


