ଗ।ଙ୍ଗପୁର ନାଏବ ସରପଞ୍ଚଙ୍କ ସ୍ଵାମୀ ହୃଦଘାତରେ ମୃତ୍ୟୁ

ବେଲ୍ଲଗୁଣ୍ଠା ( ଶିବରାମ ଚୌଧୁରୀ): ଗ।ଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମର ବଳରାମ ସ୍ୱାଇଁ (37)ଙ୍କ ଆଜି ଦିନ 11 ଘଣ୍ଟା ସମୟରେ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ ବଳରାମ ଗାଙ୍ଗପୁର ପଞ୍ଚାୟତ ନାଏବ ସରପଞ୍ଚ ଭାରତୀ ସ୍ୱାଇଁଙ୍କ ସ୍ଵାମୀ । ସେ କିଛି ଦିନ ହେବ ଜ୍ୱର ଓ ଥଣ୍ଡା ରୋଗରେ ଆକ୍ରାନ୍ତ ଥିଲେ । ଆଜି ତାଙ୍କ ସ୍ଵାମୀରେ ଅବନତି ଘଟିବାରୁ ପରିବାର ଲୋକେ ଭଞ୍ଜନଗର ମେଡିକାଲକୁ ନେଇଥିଲେ ଡାକ୍ତର ସେଠାରେ ବଳିଆକୁ ମୃତ ଘୋଷଣା କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରିଥିଲେ ଶବ ନିଜ ଗ୍ରାମ କୁମୁଣ୍ଡିରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଳିଆର ମୃତ ଖବର ପ୍ରଚାରିତ ହେଵା ପରେ ସରପଞ୍ଚ ସୁରେନ୍ଦ୍ର ଡାକୁଆଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ