ଗଂଗଦାହାଟରେ ମା’ଶାରଳା ପୂଜା ଉଦ୍‌ଯାପିତ

ନାଉଗାଁ -ନାଉଗାଁ ବ୍ଳକ ଅନ୍ତର୍ଗତ ଗଂଗଦାହାଟରେ ମା’ଶାରଳା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ୨୭ତମ ବାର୍ଷିକ ମା’ଶାରଳାଙ୍କ ଷୋଡଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳବାର ଉଦ୍‌ଯାପିତ ହୋଇଛି । ୯ ଦିନ ବ୍ୟାପି ଅନୁଷ୍ଠିତ ପୂଜାର ଉଦଯାପନି ଉତ୍ସବରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲିଙ୍କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପରିଷଦ ତରଫରୁ“ମା’ଶାରଳା ସେବାଶ୍ରୀ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅଧ୍ୟାପକ ଡଃ.ନିରଂଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ମାତୃଜାତି ପ୍ରତି ଶ୍ରଦ୍ଧା ସମ୍ମାନ ରଖିବାକୁ ପରାମର୍ଶ ଦେଇଥିଲେ ।ତାଙ୍କ ସହିତ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଦୈନିକ ଖବର କାଗଜ ବାର୍ତା ସଂପାଦକ ଜ୍ଞାନରଂଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ମା’ଶାରଳା ପୂଜା ଉପରେ ମତବ୍ୟକ୍ତ କରିଥିଲେ । ଏହି ପୂଜାର ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ, ପଲ୍ଲୀନୃତ୍ୟ, ଭଜନ ନୃତ୍ୟ, ଗୀତିନାଟ୍ୟ, ପାଲା ଆଦି କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିବା ବେଳେ ଧର୍ମସଭାରେ ବାଲିଆସ୍ଥିତ ବାବା ଶ୍ରୀ ଶ୍ରୀ ଦିବାକର ଦାସ ମହାରାଜ ଯୋଗ ଦେଇ ପ୍ରବଚନ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଗାରୋଇର ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସରୋଜ ସାହୁ(ଦିଗା), ବିଜୟ ଜେନା, ଲକ୍ଷ୍ମୀଧର ସେନାପତି, ମହାଦେବ ସାହୁ, ସମୀର ଲେଙ୍କାଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ