ଗଂଗଦା ହାଟରେ ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ

ନାଉଗାଁ,:ନାଉଗାଁ ବ୍ଲକ ତିରୁଣାସ୍ଥିତ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସୋସିଆଲ ମିଶନ ୱାଲର୍ଡ ମିଳିତ ଆନୁକୁଲ୍ୟରେ ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟର ରେଡକ୍ରସ ଓ ସ୍କାଉଟ ଗାଇଡିର ଛାତ୍ରଛାତ୍ରୀମାନେ ସାମିଲ ହୋଇ ପରିବେଶ ସୁରକ୍ଷା ପାଇଁ ସଚେତନତା ଭିତିକ ବାର୍ତା ଜନସାଧାରଣକୁ ଜଣାଇବା ପାଇଁ ହାତରେ ପ୍ଲା କାର୍ଡ ଧରି ଗଂଗଦାହାଟ ପରିକ୍ରମା କରିଥିଲେ । ପରେ ହାଟ ପରିସରକୁ ସଫେଇ କରାଯିବା ସହିତ ପ୍ଲାଷ୍ଟିକ ବସ୍ତୁକୁ ଗୋଟା ଯାଇଥିଲା । ଏହି କାର୍ଯ୍ୟକ୍ରମ ଏକକ ବ୍ୟବୃହତ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ କରିବାର ମୁଖ୍ୟ ଲକ୍ଷ୍ୟ ଥିଲା । ଏହି କାର୍ଯ୍ୟକ୍ରମକୁ ରେଡକ୍ରସ ଶିକ୍ଷକ ନିରଂଜନ ମହାନ୍ତି,ସୋସିଆଲ ମିଶନ ୱାଲର୍ଡର ଅଧ୍ୟକ୍ଷ ସର୍ବେଶ୍ୱର ମହାରଣା ପରିଚାଳନା କରୁଥିବା ବେଳେ ସମାଜସେବୀ ବିଚିତ୍ର କୁମାର ପଣ୍ଡା ଆଦି ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ