ଗଂଜାମରେ ନୂତନ ଆରଟିଓଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଂଜାମ ଆରଟିଓ ଭାବେ ମଙ୍ଗଳବାର ବିକାଶ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବାଲେଶ୍ୱର ଜିଲ୍ଲାର ଆରଟିଓ ଭାବେ କାର୍ଯ୍ୟ କରୁଥିଲେ । ୧୯୯୧ମସିହାରେ ଚାକିରି କାଳ ଆରମ୍ଭ କରି ଯାଜପୁର ଓ ରାଉଲକେଲା ଜିଲ୍ଲାରେ ପରିବହନ ବିଭାଗର ବିଭିନ୍ନ ପଦବିରେ କାର୍ଯ୍ୟ କରିଛନ୍ତି । ଆଜି ଶ୍ରୀ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିବା ପରେ ଗଂଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିବହନ ବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ସହ ଲୋକ କିପରି ବିଭାଗର କୋଣସି କାର୍ଯ୍ୟ ରେ ଅସୁବିଧା ର ସମ୍ମୁଖୀନ ନହେବେ ସେଥି ସକାଶେ ଧ୍ୟାନ ଦିଆଯିବ ବୋଲି କହିଥିଲେ । ଦାୟିତ୍ୱ ନେବା ପରେ ତାଙ୍କୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।