ଗଂଜାମ ଏସପି ଙ୍କ ଦଦରଲୁଣ୍ଡା ପରିଦର୍ଶନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମରେ ଗତକାଲି ରାତିରେ ଘଟିଥିବା ବୋମା ମାଡ଼ ଘଟଣା ରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିଲେ । ଏ ନେଇ ଆଜି ଗଂଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରଏ ଦଦରଲୁଣ୍ଡା ଗ୍ରସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବା ସହ ଏହି ଘଟଣା ରେ ମୃତ୍ୟୁ ବରଣ କରିଥିବା କୃଷ୍ଣ ଗୌଡ଼ ଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଅପରପକ୍ଷରେ ଏହି ବିସ୍ଫୋରଣ ରେ ସଂପୂର୍କ୍ତ ଥିବା ଲୋକଙ୍କୁ ଧରିବା ପାଇଁ ପୋଲିସ ପାଟ୍ରୋଲିଂ ଙ୍କୁ ଜୋରଦାର କରିବା ସହ ତଦନ୍ତ ଜାରି ରହିଛି.


