ଗଂଜାମ ଜିଲ୍ଲାପାଳ ଆରଟିଓ କାର୍ଯ୍ୟାଳୟ ଚଢାଉ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁହୋଇଥିବା ୫ଟି କାର୍ଯ୍ୟ ସୂଚୀ ଅନୁସାରେ ମେଡିକାଲ ଓ ଆରଟିଓ ଅଫିସରେ ଦଲାଲ ହଟାଇବା ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶନାମା ରହିଛି । ଏହାକୁ ଜିଲ୍ଲାରେ ଜିଲ୍ଲାପାଳ ଓ ଏସପି ମାନେ ଏହାକୁ କାର୍ଯ୍ୟକାରୀ କରିଚାଲିଛନ୍ତି । ମେଡିକାଲ ଓ ଆରଟିଓ କାର୍ଯ୍ୟାଳୟରୁ ଦଲାଲ ମାନଙ୍କୁ ହଟାଯାଇ କେତେ ଦଲାଲ ମାନଙ୍କୁ ଗିରଫ କରାଯାଇଛି । ଏନେଇ ମଙ୍ଗଳବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଛତ୍ରପୁର ସ୍ଥିତ ଗଂଜାମ ଆରଟିଓଙ୍କ କାର୍ଯ୍ୟାଳୟ ଚଡଉ କରିଥିଲେ । ସେଠାରେ କୈାଣସି ପ୍ରକାର ଦଲାଲ କାର୍ଯ୍ୟକରୁଛନ୍ତି କି ନାହିଁ ଏହାକୁ ତନଖୀ ଦେଖିବା ସହ ଆରଟିଓ କାର୍ଯ୍ୟାଳୟରେ ରହିଥିବା ସମସ୍ତ ବିଭାଗ ବୁଲିଦେଖିଥିଲେ । ସେଠାରେ କାର୍ଯ୍ୟକରୁଥିବା କର୍ମଚାରୀ ଏବଂ ଡାଟା ଏନଟ୍ରିଂ ଅପରେଟର ମାନଙ୍କ କାର୍ଯ୍ୟଶୈଳୀ ଦେଖିବା ସହ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ । ଆଉ କେତକ କର୍ମଚାରୀଙ୍କ ବିଭିନ୍ନ ଡକ୍ୟୁମେଂଟ ରହିଥିବା ଆଲମାରୀ ଓ ନଥିପତ୍ର ଯାଂଚ କରିଥିଲେ । ଆରଟିଓ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଯୁବକ ମାନଙ୍କୁ ଠାରୁ ବରିଷ୍ଠ ନାଗରିକ ମାନଙ୍କୁ ଜିଲ୍ଲାପାଳ ଶ୍ରୀକୁଲାଙ୍ଗେ ଭେଟି କିପରୀ କାର୍ଯ୍ୟାଳୟରେ ସେମାନଙ୍କ କାର୍ଯ୍ୟ ହେଉଛି ପଚାରିବା ସହ କାର୍ଯ୍ୟ ପାଇଁ କିଏ ଟଙ୍କା ମାଗୁଛି କି ବୋଲି ପଚାରି ବୁଝିଥିଲେ । ଦୂର ଦୂରାନ୍ତରୁ ଆସିଥିବା ଲୋକାମନେ ଜିଲ୍ଲାପାଳଙ୍କୁ ସେମାନଙ୍କ ସମସ୍ୟା ଓ କାର୍ଯ୍ୟ ବିଳମ୍ବ ହେଉଥିବା ସଂପର୍କରେ ମଧ୍ୟ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଖୋଦ୍ ଯାଂଚ କରିବା ନିମନ୍ତେ ବିଭାଗୀୟ କାର୍ଯ୍ୟ କିପରୀ କର୍ମଚାରୀ ମାନେ କରୁଛନ୍ତି ତାହାକୁ ଲମ୍ବା ଲାଇନ ସହିତ ଖରା ଠିଆ ହୋଇ ଅନୁଧ୍ୟାନ କରିଥିଲେ । ଏହାକୁ ଦେଖି କେତକ କର୍ମଚାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲ। ଏହି ପରିଦର୍ଶନରେ ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ ଓ ଏମଭିଆ ସମୀର ଦଲାଇ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଯେ କିଛି ଦିନ ପୂର୍ବେ ଆରଟିଓ କାର୍ଯ୍ୟାଳୟରୁ ଦଲାଲ ମାନଙ୍କୁ ହଟାଯାଇଥିଲ।। ଛତ୍ରପୁର ପୁଲିସ ନୀୟମିତ ଚଢଉ କରିଥିଲେ । ଏନେଇ ଦଲାଲ ଶୂନ୍ୟ ଆରଟିଓ କାର୍ଯ୍ୟାଳୟ ହୋଇଥିବା ବେଳେ ଆରଟିଓ ଅଫିସ ର କିଛି ଡାଟା ଏନଟ୍ରିଂ କର୍ମଚାରୀ ମାନେ ବିଭିନ୍ନ କାର୍ଯ୍ୟକରିବା ନିମନ୍ତେ ଲୋକମାନଙ୍କ ଠାରୁ କିଛି ଅର୍ଥ ପାଉଣା ନେଇ କାର୍ଯ୍ୟକରୁଥିବା ସାଧାରଣରେ ଆଲୋଚନା ହେଉଥିଲା । ଆଜି ଖୋଦ୍ ଜିଲ୍ଲ।।ପାଳ ଆରଟିଓ ଅଫିସ ଚଢଉରେ ଆସି କିଛି ଡାଟା ଏନଟ୍ରିଂ କର୍ମଚାରୀ ମାନଙ୍କୁ ଏସଂପର୍କରେ ଯାଂଚ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ