ଗଂଜାମ ଜିଲ୍ଲା ଚାଉଳ କଳ ମାଲିକ ସଂଘର ସାଧାରଣ ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗଂଜାମ ଜିଲ୍ଲା ଚାଉଳ କଳ ମାଲିକ ସଂଘର ଏକ ସାଧାରଣ ବୈଠକ ଛତ୍ରପୁର ନିକଟସ୍ଥ ତାମ୍ପରା ହ୍ରଦ ଠାରେ ଜିଲ୍ଲାର ମିଲର ତ୍ରିନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ପୂର୍ବରୁ ଥିବା ଦୁଇଟି ମିଲର ସଂଘ କୁ ଆଜି ଭାଗି ଦିଆଯାଇ ଏକ ପରିଚାଳନା କମିଟି ଗଠନ କରାଯାଇଛି । ଆଗକୁ ସଂଘର କର୍ମକର୍ତ୍ତା ଚୟନ ପର୍ଯ୍ୟନ୍ତ ୧୭ଜଣିଆ କମିଟି ଏହାକୁ ତଦାରଖ କରିବ ବୋଲି ବୈଠକରେ ସର୍ବସମ୍ମତ୍ତିକ୍ରମେ ନିଷ୍ପତ୍ତି ହୋଇଛି । ବୈଠକରେ ଗଂଜାମ ଜିଲ୍ଲାର ସ୍ୱାର୍ଥ ନିମନ୍ତେ ମିଲର ମାନେ ଚଳିତ ଖରିଫ ଋତୁରେ ଅଂଶ ଗ୍ରହଣ କରିବା ନିଷ୍ପତ୍ତି ନେଇଥିଲେ ମଧ୍ୟ ଗତବର୍ଷ ଗୁଡିକରେ ଥିବା ସମସ୍ତ ବକେୟା ଦାବୀ କରିଛନ୍ତି । ୧୭ଜଣିଆ କମିଟିର ଆବାହକ ଭାବେ ମିଲର ତଥା ପୂର୍ବତନ ସଂପାଦକ (ପ୍ରଶାଶନ) ସନ୍ତୋଷ କୁମାର ସାହୁଙ୍କୁ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ୧୭ଜଣିଆ କମିଟିରେ ପୂର୍ଣ୍ଣ ଚନ୍ଦ୍ର ସାହୁ, ଅଶୋକ କୁମାର ମହାନ୍ତି, ପବିତ୍ର ମୋହନ ପାଣିଗ୍ରାହୀ, ରମେଶ ଚନ୍ଦ୍ର ପାତ୍ର, ଗୈାରାଙ୍ଗ ସାହୁ, ପ୍ରଭାତ ଖାଡଙ୍ଗା, ରାଜେନ୍ଦ୍ର ପାଢି, ସୁରେନ୍ଦ୍ର ପାଢି, ରମାକାନ୍ତ ପଣ୍ଡା, ଲିଙ୍ଗରାଜ ସାହୁ, ମିଟୁ ଆଚାର୍ଯ୍ୟ, ମନୋଜ କୁମାର ପାତ୍ର, ପ୍ରଶାନ୍ତ କୁମାର ପାତ୍ର, ଜଟେସ୍ୱର ପାଢି ଓ ତରୁଣ କୁମାର ପାତ୍ର ପ୍ରମୁଖ ରହିଛନ୍ତି । ସାଧାରଣ ବୈଠକ ପରେ ଚଳିତ ଖରିଫ ଋତୁରେ ମିଲର ମାନେ ଅଂଶ ଗ୍ରହଣ କରିବା ପରିପ୍ରେକ୍ଷୀରେ ଥିବା ବହୁବିଧ ସମସ୍ୟା ସମାଧାନ ନିମନ୍ତେ ସମସ୍ତ ମିଲରମାନେ ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ