ଗଂଜାମ ଜିଲ୍ଲା ପୁଲିସର ଖେଳକୁଦ ପ୍ରତିଯୋଗିତା ଉଦଯାପିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ପୁଲିସ ପଡିଆ ଠରେ ଅନୁଷ୍ଠିତ ପ୍ରଥମ ଦୁଇଦିନିଆ ଖେଳକୁଦ ପ୍ରତିଯୋଗିତା ୨୦୨୦ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥୀ ଭାବେ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ମନବଳ ଦୃଢ କରିଥିଲେ । ଏହାସହ କୃତି ପ୍ରତିଯୋଗୀ ମାନଙ୍କୁ ମେଡାଲ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଯୋଗଦେଇଥିବା ବେଳେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥୀମାନଙ୍କ ଦ୍ୱାରା ସମସ୍ତ ବର୍ଗର ପ୍ରତିଯୋଗି ମାନଙ୍କୁ ମେଡାଲ ସହ ସାଟିଫିକେଟ ପ୍ରଦାନ କରାଯାଇଥିଲ।। ଉଦଯାପନୀ ଦିବସ ତଥା ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ସମସ୍ତ ପ୍ରତିଯୋଗି ମନଖୋଲି ସମସ୍ତ ବର୍ଗରେ ଅଂଶ ଗ୍ରହଣ କରିଥିଲେ । କାରଣ ଖୋଦ୍ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବ୍ରହ୍ମପୁର ଏସପି ଓ ଗଂଜାମ ଏସପି ଉପସ୍ଥିତ ରହି ସେମାନଙ୍କ ପ୍ରଦର୍ଶନୀ ଦେଖୁଥିବାରୁ । ଏହିପରିପ୍ରେକ୍ଷୀ ସ୍ଥାନୀୟ ଷ୍ଟାଡ଼ିୟମ ପରିସରରେ ପୁଲିସ ଅଧିକାରୀ ମାନଙ୍କର ଏକ ବେଡମିଂଟନ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହାକୁ ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ଦକ୍ଷିଣାଂଚଳ ଡିଆଇଜି ଶ୍ରୀ ଭୋଇ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଂଜାମ ଏସପି ବ୍ରିଜେଶ ରାଏ, ପ୍ରବେସନାଲ ଆଇପିଏସ୍ ଅଫିସର ଅଭିଳାଶଜୀ ଉପସ୍ଥିତ ରହି ଅଧିକାରୀମାନଙ୍କ ବେଡମିଂଟନ୍ ଖେଳ ଦେଖିବାକୁ ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଖେଳ ଭାବେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଭଞ୍ଜନଗର ଏସଡ଼ିପିଓ ସୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡ଼ା ଥାନା ଅଧିକାରୀ ଚିତରଞ୍ଜନ ବେହେରାଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳ ଦେଖିବା ନିମନ୍ତେ ବହୁ ଥାନାଅଧିକାରୀ ଓ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଦେଖିବା ସହ କରତାଳି ମାରି ଉତ୍ସାହିତ କରିଥିଲେ ।
ସେହିପରି କ୍ରିକେଂଟ , ଦୈଡ, ରିଲେ, ଲମ୍ବାଡିଆଁ ସମେତ ବିଭିନ୍ନ ବର୍ଗରେ ଅଫିସର ଠାରୁ ଆରମ୍ଭ କରି କର୍ମଚାରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିଯୋଗିତା ଗୁଡିକରେ ଅଂଶ ଗ୍ରହଣ କରିଥିଲେ । ଖାସ୍ କରି ୧୦୦ମିଟର ଦୈାଡରେ ଗଂଜାମ ପୁଲିସ ଜିଲ୍ଲା ଅତିରିକ୍ତ ଏସପି ଶ୍ରୀ ପାତ୍ର ଏବଂ ଜିଲ୍ଲା ବିଭିନ୍ନ ଥାନା ର ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ଦୈାଡିବାର ଦେଖିବା ନିମନ୍ତେ ବହୁ ଦର୍ଶକଙ୍କ ଭିଡ ଜମିଥିଲ।। ଏଥିରେ ପ୍ରଥମ ସ୍ଥାନ ଅଧିକାର ସୋରଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ଦ୍ୱିତୀୟ ସ୍ଥାନ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ଏବଂ ତୃତୀୟ ସ୍ଥାନ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଅଧିକାର କରିଥିଲେ । ଏମାନଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ମେଡାଲ ଦେଇ ପୁରସ୍କୃତ କରିଥିଲେ । ଆଜିର ସମସ୍ତ କାର୍ଯ୍ୟକ୍ରମରେ ଡ଼ିଏସପି ଉତ୍କଳ କେଶରୀ ଦାଶ, ଡିଏସପି ଅଜୟ କୁମାର ମିଶ୍ର, ଡିଏସପି ଏସ୍. ସାମଲ, ଏସ୍. କେ. ମହାନ୍ତି, ଆସିଂଟାଂଟ୍ କମାଣ୍ଡେଂଟ୍ ମାନସ ରଂଜନ ମହାନ୍ତି, ଆରଆଇ ଗଙ୍ଗାଧର ଧାଙ୍ଗର୍ , ସର୍ଜେଂଟ୍ ଏସ୍. କେ. ବେହେରା, ଛତ୍ରପୁର ଏସଡ଼ିପିଓ ଗୌତମ କିଶାନ୍, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ଏ. ରାବଣା ରାଓଙ୍କ ସମେତ ବହୁ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


