ଗଂଜାମ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗତ ଶୁକ୍ରବାର ଦିନ ମସଜିଦରୁ ରୁଣ୍ଡ ହୋଇ ଆକ୍ରମଣ କରିଥିବା ଦଙ୍ଗାକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ରାସୁକା କରାଯାଇ ଦଣ୍ଡ ବିଧାନ କରାଯାଉ, ସେମାନଙ୍କୁ ଉସକାଇଥିବା ମୁଲ୍ଲା, ମୌଲବି, ଅନ୍ୟ ମୁସଲମାନ ସେକୁଲାର ନେତା ମାନଙ୍କୁ ରାସୁକା ଲଗାଯାଇ ଗିରଫ କରାଯାଉ, ଆଗାମୀ ଶୁକ୍ରବାରରେ ଯେଉଁ ମାନେ ନମାଜ ପରେ ରୁଣ୍ଡ ହେବେ ସେମାନଙ୍କ ଉପରେ ତୀକ୍ଷଣ ନଜର ରଖିବା ସହ ମୁଲ୍ଲା ମୌଲବି ମାନଙ୍କ ଉଗ୍ର ଭାଷଣ ଉପରେ ରୋକ୍ ଲଗାଯାଉ, ଦେଶ ସାରା ଏପରି ଉଗ୍ର ଭାଷଣ ଦେଉଥିବା ନେତାଙ୍କୁ ତୁରନ୍ତ ଗିରପ କରାଯାଉ, ଯେଉଁ ମାନଙ୍କୁ ଧମକ ଦିଆଯାଉଛି ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଧମକ ଦେଇଥିବା ବ୍ୟକ୍ତିକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଯେଉଁ ମସଜିଦ ଓ ମଦ୍ରାସା ରୁ ଭିଡ ହୋଇ ଆକ୍ରମଣ କରାଗଲା ତାହା ଏନଆଇଏ ଦ୍ୱାରା ଯାଂଚ କରାଯାଉ, ଇସଲାମିକ୍ ଜେହାଦୀ କଟ୍ଟରତା ସୃଷ୍ଟି କରୁଥିବା ଆତଙ୍କି ସଂଗଠନ ଜମିୟତ ଉଉଲେମା ଏ ହିନ୍ଦ୍ (ମଦନି) ପପୁଲାର ଫ୍ରଣ୍ଡ ଅଫ୍ ଇଣ୍ଡିଆ, ତବଲିଗି ଜମାତ ଆଦି ସଂଗଠନକୁ ତତକ୍ଷଣାତ୍ ପ୍ରତିବବନ୍ଧିତ କରାଯ୍ଧମ, ଭାରତର ଯେଉଁ ସ୍ଥାନରେ ହିନ୍ଦୁ ସଂଖ୍ୟାଲଘୁ ହୋଇଯାଇଛି ସେଠାରେ ସଶକ୍ତ ପୋଲିସ୍ ବଳ, ଥାନା କରାଯିବା ସହ ହିନ୍ଦୁ ମାନଙ୍କୁ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଅଧିକାର ଦିଆଯାଉ ସମେତ ବିଭିନ୍ନ ଦାବୀ ନେଇ ବିଶ୍ୱ ହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ବହୁ ସଂଗଠନର ସଦସ୍ୟ ମାନେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରିଛନ୍ତି । ଏହା ସହିତ ଦେଶରେ ବଢୁଥିବା ଜେହାଦୀ ଗତିବିଧି ଉପରେ ରୋକ ଲଗାଇବା ସହ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ଦାବି କରିଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବଜରଙ୍ଗ ଦଳ ଛତ୍ରପୁର ପ୍ରଖଣ୍ଡର ମୁଖ୍ୟ ଏସ୍. ରାମକ୍ରିଷ୍ଣା ରେଡ୍ଡୀ, ସି. ଏଚ୍. ଦୟାନନନ୍ଦ ରେଡ୍ଡୀ, ଏମ୍. ଚିନ୍ନେୟା ରେଡ୍ଡୀ, ପ୍ରଶାନ୍ତ କୁମାର ଗୌଡ, ଜି. ସନ୍ତୋଷ ରାଓ, ବୁଲୁ ରେଡ୍ଡି, ମାଧବ ରାଓ, ସାଗର ସେନାପତି, ଏମ. ତ୍ରିନାଥ, ଲକ୍ଷ୍ମୀକାନ୍ତ ମହାପାତ୍ର, ପାର୍ଥ ସାରଥି ଧଳ, ଡି. ସନ୍ତୋଷ ରେଡ୍ଡୀ. ବି. କାମରାଜୁ ରେଡ୍ଡୀ, ତୁଷାର ଶତପଥୀଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।