ଗଂଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଉପହାର-୨୦୨୦ କାର୍ଯ୍ୟକ୍ରମ

ଛତ୍ରପୁର,(ଦେବଦତ୍ତ ମହାରଣା) : ଚଳିତ ବର୍ଷ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଶନିବାର ଦୀପାବଳି ତଥା ପବିତ୍ର ଶିଶୁ ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ କୋଭିଡ ନିୟମ ପ୍ରକାରେ ଗଂଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଉପହାର-୨୦୨୦ କାର୍ଯ୍ୟକ୍ରମ ସମ୍ପାଦକ କେ.ଆନନ୍ଦ ରାଓଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପବିତ୍ର ଦୀପାବଳିରେ ଦିବ୍ୟାଙ୍କ ମାନଙ୍କ ମୁହଁରେ ହସ ଫୁଟାଉବା ସକାଶେ ସମାଜସେବୀ ଏସ.ପ୍ରଭାକର ରାଓ ଉପସ୍ଥିତ ରହି ଛତ୍ରପୁର ଓ ଆଖାପାଖ ଅଂଚଳର ୫୧ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ମାନଙ୍କୁ ମହାସଂଘ ପକ୍ଷରୁ ସୁସ୍ୱାଦ୍ୟ ଖାଦ୍ୟ ପ୍ରଦାନ କରାଯିବା ସହ ଜଣ ଜଣଙ୍କୁ ଏକ ପ୍ଲାଟିକ୍ ବାଲଟି , ୧୦କେଜି ଲେଖାଏଁ ଚାଉଳ, କମ୍ବଳ ଓ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ଜିତେନ୍ କୁମାର ଗୈାଡ, ଏସ.ଦୀନବନ୍ଧୁ ରେଡ୍ଡୀ ଓ ସମର୍ଥ ଅନୁଷ୍ଠାନର କର୍ମମର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ