ଦୀପ ଜଳାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଶ୍ରୀ ଚୈତନ୍ୟ ଯୁବକ ସଂଘ
ଛତ୍ରପୁର,(ଦେବଦତ୍ତ ମହାରଣା): ଚଳିତ ବର୍ଷ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଶନିବାର ପବିତ୍ର ଦୀପାବଳି ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମ ଶ୍ରୀ ଚୈତନ୍ୟ ଯୁବକ ସଂଘ ପକ୍ଷରୁ ବାଣ ନଫୁଟାଇ ଲୋକଙ୍କୁ କରୋନା ମହାମାରୀ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ସଚେତନତା କରାଇବା ସହ ଗାଇ ଗୋବରରୁ ନିର୍ମିତ ଦୀପ ଜାଳି ସବୁଜ ଦୀପାବଳି ପାଳନ କରିଥିଲେ । । ଗ୍ରାମର ଶ୍ରୀ ଚୈତନ୍ୟ ମନ୍ଦିର ପ୍ରାଙ୍ଗଣରେ ଯୁବକ ସଂଘର କର୍ମକର୍ତ୍ତା ମାନେ କରୋନା ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧାମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଓ ବର୍ତ୍ତମାନ କରୋନା ଯୁଦ୍ଧ ଲଢେଇ କରୁଥିବା ଯୋଦ୍ଧା ମାନଙ୍କ ପାଇଁ ୧୦୮ ଗୋବର ଦୀପ ଜଣାଇ ତାଙ୍କର ନିରାମୟ ଜୀବନ କାମନା କରିଥିଲେ । ଏଥିରେ ଯୁବକ ସଂଘର ବେଣୁଧର ବେହେରା, ରାଜେନ୍ଦ୍ର ବେହେରା, ସନ୍ତୋଷ ବେହେରା, ଗଣେଷ ସେଠୀ, ଶିବ ଶଙ୍କର ସେଠୀ, ଅଜିତ୍ ବେହେରା, ଦିନେଶ ମହାନ୍ତି , ଅରୁଣ ବେହେରା , ଶ୍ୟାମ ବେହେରା ଓ ଗଣେଶ ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ ।


