ଗଂଜାମ ପୁଲିସକୁ ମିଲିଲା ବଡ ସଫଳତା, ୯ଲୁଟେରା ଧରାପଡ଼ିଲେ

ଛତ୍ରପୁର: ନୂତନ ବର୍ଷ ପହିଲା ରୁ ଗଂଜାମ ପୁଲିସ କୁ ମିଲିଲା ବଡ ସଫଳତା । ଗଞ୍ଜାମ ପୁଲିସ ଜିଲ୍ଲା ତଥା ଜିଲ୍ଲା ବାହର ବିଭିନ୍ନ ଥାନା ଅଂଚଳରେ ହୋଇଥିବା ୧୩ଟି ଲୁଟ୍ ମାମଲାରେ ପୁଲିସ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ସେମାନଙ୍କ ନିକଟରୁ ୪ ବନ୍ଧୁକ, ଗୋଟିଏ ଖେଳନା ବନ୍ଧୁକ, ୧୦ଟିଜୀବନ୍ତଗୁଳି, ୪ଖୋକା, ଖଣ୍ଡା, ଛୁରି ଜବତ କରିବା ସହ ସେମାନଙ୍କ ନିକଟରେ ଥିବା ୧୬ଟି ମୋବାଇଲ୍‌, ୪ଟି ମୋଟର ସାଇକେଲ ଜବତ କରିଛି । ଅଭିଯୁକ୍ତମାନେ ବିଭିନ୍ନ ଫାଇାନ୍ସ କମ୍ପାନୀର କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍ କରୁଥିଲେ ପିସ୍ତଲ ଓ ଖେଳନା ବନ୍ଧୁକ ଦେଖାଇ । ୯ଜଣଙ୍କୁ ଗିରଫ କରାଯାଇଥିଲେ ବି ଆଉ କିଛି ଅଭିଯୁକ୍ତ ଫେରାର୍ ଅଛନ୍ତି ଓ ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଛତ୍ରପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଯୋଗୀ ଗୌଡ଼, ଶିବରାମ ଦାଶ, ସୁନୀଲ ମହାନ୍ତି, ଅଶ୍ୱିନୀ ଗୌଡ଼, ତନୁଜା ସ୍ୱାଇଁ, ମନୋଜ ଗୌଡ଼, ଭରତ ପ୍ରଧାନ, ସଞ୍ଜୟ ନାହାକ ଓ ଆଦିତ୍ୟ ପଲେଇ । ଫୁଲବାଣୀ, କବିସୂର୍ଯ୍ୟନଗର, ପୁରୁଷୋତମପୁର, ପାଟପୁର, ଖଲିକୋଟ ଆଦି ଥାନାଅଂଚଳର ଏହି ଅଭିଯୁକ୍ତମାନେ ଦୀର୍ଘ ଦିନ ହେଲା ଲୁଟ୍ ମାମଲାରେ ସଂପୃକ୍ତ ଥିଲେ । ସେମାନଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ହେଡ୍‌କ୍ୱାର୍ଟର ଉତ୍କଳ କେଶରୀ ଦାସ, ଡିଏସପି ସଞ୍ଜୟ ମହାପାତ୍ର, ଛତ୍ରପୁର ଏସଡ଼ିପିଓ ଗୌତମ କିଶାନ୍‌, ପୁରୁଷୋତମପୁର ଏସଡ଼ିପିଓ ସୀମା ସ୍ୱାଇଁ, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଖଲିକୋଟ ଥାନାଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ପୁରୁଷୋତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ଗାଙ୍ଗପୁର ଥାନାଅଧିକାରୀ ଧୀରେଶ ଦାଶ, କୋଦଳା ଥାନାଅଧିକାରୀ ଦେବାଶିଷ ମହାନ୍ତିଙ୍କ ସମେତ ବହୁ ପୁଲିସ କର୍ମଚାରୀ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ