ବେଗୁନିଆପଡ଼ାରେ ମୋ ନିବେଦନ ଓ ଗାଁ ରେ ତହସିଲ କ।ର୍ଯ୍ୟକ୍ରମ

କୋଦଳା : ଶୁକ୍ରବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବେଗୁନିଆପଡ଼ା ପଞ୍ଚାୟତ ଠାରେ ରାଜ୍ୟ ସରକାରଙ୍କ ସଂସ୍କାରଭିମୁଖି ଯୋଜନାର ଉପକ୍ରମରେ ଚାଲୁଥିବା ମୋ ଗାଁରେ ତହସିଲ ଓ ମୋ ନିବେଦନ କାର‌୍ୟ୍ୟକ୍ରମ ମିଳିତ ଭାବେ ଅନୁଷ୍ଠିତ ହୋଇଅଛି କ୍ଷ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ଓ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସରପଞ୍ଚ ଅରୁଣ କୁମାର ମାଝୀ, ସମିତି ସଭ୍ୟ ନାରାୟଣ ବେହେରାଙ୍କ ଉପସ୍ଥିତିରେ ଆୟୋଜିତ ଜନ ଅଭିଯୋଗ ତଥା ଯୋଜନାର ସଫଳ ରୂପାୟନ ସମ୍ବନ୍ଧୀୟ ତର୍ଜମା କାର‌୍ୟ୍ୟକ୍ରମରେ ଉଭୟ ବିଭାଗର କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହି ବିଭାଗୀୟ ସେବା ପ୍ରଦାନ କରିଥିଲେ କ୍ଷ  ଅଧିକାଂଶ ଅଭିଯୋଗ କାଳିଆ ଯୋଜନାରୁ ବାଦ ପଡ଼ିଥିବା ଏବଂ ଆବାସ ଗୃହ ନ ମିଳିବା ନେଇ ଅଭିଯୋଗ ହୋଇଥିଲା। ସେହିପରି ଜମିର କିସମ ପରିବର୍ତ୍ତନ ଏବଂ ପଟ୍ଟା ପ୍ରଦାନ ନେଇ ତହସିଲ କର୍ମଚାରୀଙ୍କ ନିକଟରେ ଅଭିଯୋଗ ଆସିଥିଲା। ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର‌୍ୟ୍ୟାଳୟକୁ ବାରମ୍ବାର ଦୌଡୁଥିବା ବେଳେ ସଠିକ୍ ସମୟରେ ସେବା ନ ପାଇ ହନ୍ତସନ୍ତ ହେଉଥିବା ବେଳେ ମୋ ଗାଁ ରେ ତହସିଲ ଶିବିର ଜରିଆରେ ଏହି ସେବାଗୁଡିକୁ ତୁରନ୍ତ ସହଜରେ ଉପଲବ୍ଧ କରିବା ପାଇଁ ଏହି କାର‌୍ୟ୍ୟକ୍ରମ ହାତକୁ ନିଆଯାଉଛି। । ଏଥିପାଇଁ ଏବେ ଆଉ ଲୋକଙ୍କୁ ତହସିଲକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ। ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଠ, ଓ ଏଲ୍ ଆର୍ ୮ ଏ ପ୍ରଭୃତିର ସୁବିଧା ସୁଯୋଗ ସରକାରଙ୍କ ନିୟମ ଅନୁସାରେ ଉଚିତ୍ ସମୟ ମଧ୍ୟରେ ସେବା ଯୋଗାଇଦେବା ପାଇଁ ଏହି କାର‌୍ୟ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଅତିରିକ୍ତ ତହସିଲଦାର ମତବ୍ୟକ୍ତ କରିଥିଲେ। ମୋ ନିବେଦନ ଜରିଆରେ ମୋଟ ୧୧୨ଟି ଅଭିଯୋଗ ହୋଇଥିଲା ବେଳେ ମୋ ତହସିଲ ଜରିଆରେ ମୋଟ ୧୦୨ଟି ଅଭିଯୋଗ ହୋଇଥିଲା। କାର‌୍ୟ୍ୟକ୍ରମକୁ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା, ଅଂଗନବାଡି କର୍ମୀ, ଆଶା କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ