ଗଂଜାମ ପୁଲିସ ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତା ନିର୍ବାଚନ ଫଳ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତା ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି । ଚଳିତ ନିର୍ବାଚନରେ ସଂଘର ପୂର୍ବତନ ସଭାପତି ରାମଚନ୍ଦ୍ର ଜେନାଙ୍କ ଗୋଷ୍ଠୀର ବିଜୟୀ ହୋଇଛି । ସଭାପତି ଭାବେ ଗୋରାଚାନ୍ଦ ତ୍ରିପାଠୀ ନିକଟତର ପ୍ରତିଦ୍ୱନ୍ଦୀଙ୍କ ଠାରୁ ଶତାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ସଂପାଦକ ବ୍ରଜମୋହନ ଜେନା ନିକଟତମ ପ୍ରତିଦ୍ୱନ୍ଦୀ ସୁବାସ ଚନ୍ଦ୍ର ସେଠୀଙ୍କ ଠାରୁ ୩୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଉପସଭାପତି ସୁଦର୍ଶନ ଜେନା ଆକାଶ କୁମାର ବେହେରାଙ୍କୁ ୬୯ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିପରି କୋଷାଧ୍ୟକ୍ଷ ହାଡୁବନ୍ଧୁ ବେହେରା, ସହସଂପାଦକ(୧) ଡି.ହରିରାମ, ସହ ସଂପାଦକ (୨) ସିମାଚଂଳ ମିଶ୍ର ସେମାନଙ୍କ ପ୍ରତିଦ୍ୱନ୍ଦୀଙ୍କୁ ପ୍ରାୟ ୫୦ରୁ ଅଧିକା ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । କାର୍ଯ୍ୟକାରୀ ସଦସ୍ୟ ଭାବେ ଅଭିମନ୍ୟୁ ବେହେରା, ନରୋତମ ପ୍ରଧାନ, ବନବାସ ଶବର, ମନୋଜ କୁମାର ଗୌଡ,ଅମର କୁମାର ତରାଇ ପ୍ରମୁଖ ବିଜୟୀ ହୋଇଛନ୍ତି । ନିର୍ବାଚନ ଦାୟିତ୍ୱକୁ ସଂପୂର୍ଣ୍ଣ ଭାବେ ଅତିରିକ୍ତ ଏସ୍ପି ପତି ତପାବନ ଚୌଧୂରୀ ପରିଚାଳନା କରିଥିଲେ । ବିଜୟୀ ହେବା ପରେ ସମସ୍ତ ନବନିର୍ବାଚିତ କର୍ମକର୍ତା ମାନେ ପୂର୍ବତନ ସଭାପତି ରାମଚନ୍ଦ୍ର ଜେନା, ଷଷ୍ଠି ପ୍ରସାଦ ମିଶ୍ର ଓ ସ୍ମୃତିରଂଜନ ସେଠୀଙ୍କ ସମେତ ନିର୍ବାଚନରେନେତୃତ୍ୱ ନେଇଥିବା ସଭ୍ୟମାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ମା ଉଜ୍ୱଳେଶ୍ୱରୀ ମନ୍ଦିର ନିକଟରୁ ବାହାରି ଛତ୍ରପୁର ସହର ପରିକ୍ରମା କରି ଗଂଜାମ ଏସପିଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଏହାସହ ଜିଲ୍ଲାର ଉଚ୍ଚ ପଦାଧିକାରୀ ମାନଙ୍କୁ ମଧ୍ୟ ଭେଟିଥିଲେ । ନବ ନିର୍ବାଚିତ କର୍ମକର୍ତା ମାନେ ସଂଘର ସମସ୍ତ ସଭ୍ୟ ଙ୍କ କାର୍ଯ୍ୟରେ ସହଯୋଗ କରିବେ ବୋଲି ନିଜ ନିଜ ପ୍ରତିକ୍ରୀୟାରେ କହିଥିଲେ ।