ଗଂଜାମ ମହାବିଦ୍ୟାଳୟରେ ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ଓ ଯୁବ ରେଡ କ୍ରସ୍ ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ଶ୍ରୀଯୁକ୍ତ ସିମାଞ୍ଚଳ ଭୋଳ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବନୋଜ କୁମାର କର ଯୋଗ ଦେଇ ଏଡ଼ସ୍ ରୋଗର ଭୟାବହତା ବିଷୟରେ ସ୍ବେଚ୍ଛାସେବୀମାନଙ୍କୁ ବୁଝାଇ ଥିଲେ। ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଡ଼ଃ ସୁଶାନ୍ତ କୁମାର ସେଠୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ମହେନ୍ଦ୍ର ସେଠୀ ଯୋଗଦେଇ ଏଡ଼ସ୍ ଭୟାବହତା ବିଷୟରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରିଥିବା ବେଳେ ୱାଇ. ଆର୍. ସି. କାଉନସିଲ୍ ର ତଥା ଅର୍ଥନୀତି ବିଭାଗର ମୁଖ୍ୟ ସୂର୍ଯ୍ୟ ନାରାୟଣ ମୁଦୁଲି ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସ୍ବେଚ୍ଛାସେବୀମାନଙ୍କୁ ସଭାପତି ଶ୍ରୀଯୁକ୍ତ ସିମାଞ୍ଚଳ ଭୋଳ ମାନପତ୍ର ପ୍ରଦାନ କରିଥିବା ବେଳେ ୱାଇ. ଆର୍. ସି. କାଉନସିଲ୍ ର ତଥା ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ ଅନିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।


