ଗଂଜେଇ ଜବତ ସ୍ୱାମୀସ୍ତ୍ରୀ ଗିରଫ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଂଜେଇ ଚୋରାଚାଲାଣ ବେଳେ ପୋଲିସ ହାତରେ ଧରାପଡିଲେ ସ୍ୱାମୀସ୍ତ୍ରୀ । ସୁଚନାରୁ ପ୍ରକାଶଯେ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ବାଲିଗୁଡାର ସୁନାପାଙ୍ଗା ଠାରେ ଜଗିଥିଲେ । ଏହିସମୟରେ ଗୋଟିଏ ପଲସର ମୋଟରସାଇକେଲରେ ସ୍ୱାମୀ ସ୍ତ୍ରୀ ଗଂଜେଇବ୍ୟାଗ ଧରି ଆସୁଥିଲୋପୋଲିସ ମୋଟରସାଇକେଲକୁ ଅଟକାଇ ଯାଂଚ କରିବା ସମୟରେ ତାଙ୍କ ପାଖରୁ ୭କେଜି୪୦୦ଗ୍ରାମ ଗଂଜେଇ ଜବତ ହୋଇଥିଲା । ଏହାପରେ ଗଂଜେଇ ଓମୋଟରସାଇକେଲକୁ ଜବତ କରିବା ସହ ସ୍ୱାମୀ ମିଲପ ନାୟକ ଓ ସ୍ତ୍ରୀ ପାପା ନାୟକଙ୍କୁ ଗିରଫ କରି କେଶ ନଂ ୧୬/୨୪ରେ ମାମଲା ରୁଜୁକରିକୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶୁଶାନ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।