ଗଂଜେଇ ମାମଲାରେ ସମିତିସଭ୍ୟଙ୍କ ସ୍ୱାମୀ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ୱାରେଣ୍ଟ ବଳରେ ନବ ନିର୍ବାଚିତ ସମିତିସଭ୍ୟଙ୍କ ସ୍ୱାମୀ ଗିରଫ ହୋଇଚନ୍ତି । ସୁଚନା ପ୍ରକାରେ ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟର କେଶ ନଂ ସିଟି୫୨/୨୦ ମାମଲାରେ ମଦନ ଦିଗାଳ ଗିରଫ ହୋଇଛନ୍ତି । ଗିରଫ ମଦନ ଦିଗାଳଙ୍କ ଘର ବାଲିଗୁଡା ଥାନା ଅନ୍ତର୍ଗତ ସଲାଗୁଡା ପଂଚାୟତରେ । ଗିରଫ ବ୍ୟକ୍ତିଙ୍କ ସ୍ତ୍ରୀ ଏହି ପଂଚାୟତ ନିର୍ବାଚନରେ ସଲାଗୁଡା ପଂଚାୟତରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ବାଲିଗୁଡା ପୋଲିସ ଆଜି ଅଭିଯୁକ୍ତ ମଦନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ