ଗଂଜେଇ ସହ ମେକ୍ସ ପିକଅପ ଜବତ
ଜୟପୁର,(ଓ୍ବାଇଏନ୍ଏସ୍): ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଅଞ୍ଚଳ ରୁ ଛତିଶଗଡ ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ । କୋରାପୁଟ ଏସ ପି ଙ୍କ ନିର୍ଦେଶ କ୍ରମେ ବିଶେଷ ସୂତ୍ର ରୁ ଖବର ପାଇଥିଲା ମାଛକୁଣ୍ଡ ପୋଲିସ । ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ରୁ ମାଛକୁଣ୍ଡ ଡି.ଡ୍ୟାମ ଦେଇ ଏକ ଗଞ୍ଜେଇ ବୋଝେଇ ପିକପ ଭ୍ୟାନ ଯାଉଥିବା ନେଇ ଖବର ପାଇଥିଲେ । ନନ୍ଦପୁର ଏସଡ଼ିପିଓ , ମାଛକୁଣ୍ଡ ଥାନା ଅଧିକାରୀ ,ଲମତାପୁଟ ଫାଣ୍ଡିଅଧିକାରୀ ଏବଂ ଜୋଲାପୁଟ ଫାଣ୍ଡି ଅଧିକାରୀ ମିଳିତ ୪ ଜଣିଆ ଟିମ ଗଠନ କରି ମଟାମ ପୁଟ ଗ୍ରାମ ନିକଟ ରେ ନାକାବନ୍ଦୀ କରିଥିଲେ । ସୂଚନା ଅନୁଯାଇ ଦ୍ରୁତ ଗତିରେ ଏକ ନମ୍ବର ବିହୀନ ମେକ୍ସ ପିକଅପ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲା । ଘନ କୁହୁଡିର ସୁଯଗ ନେଇ ଗାଡି ଛାଡି ଗାଡି ଡ୍ରାଇଭର ଫେରର ହୋଇ ଯାଇଥିବା ବେଳେ ଗଞ୍ଜେଇ ବୋଝେଇ ଗଡିକୁ ଜବତ କରିଥିଲା ପୋଲିସ । ପୋଲିସ ସୂଚନା ଅନୁଯାଇ ଗାଡିରେ ପ୍ରାୟ ୭ କୁଇଣ୍ଟାଲ ରୁ ଅଧିକା ଗଞ୍ଜେଇ ଅଛି ଏହାର ମୂଲ୍ୟ ୭୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି । ଜବତ ଗାଡିଟି କିଛି ମାସେ ତଳେ କିଣା ହୋଇଥିବାରୁ ଏହାର ପଞ୍ଜୀକରଣ ହୋଇଛି କି ନାହିଁ ତଦନ୍ତ କରୁଛି ପୋଲିସ । ଗାଡିର ଚେସିସ ଏବଂ ଇଞ୍ଜିନ ନମ୍ବର କୋରାପୁଟ ଆର. ଟି .ଓ ଙ୍କୁ ପଠାଇ ତଦନ୍ତ ଜାରି ରଖିଛି । ନୂଆଁ ପିକପ ଭ୍ୟାନ ରେ ପନିପରିବା ନେଲା ଭଳି ଗଞ୍ଜେଇ ଚୋରା ଚାଲାଣ କୁ ନେଇ ପୋଲିସ ପାଇଁ ବଡ ଚ୍ୟାଲେଞ୍ଚ ସୃଷ୍ଟି କରିଛି । ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଗଞ୍ଜେଇ ମଫିଆ ଙ୍କୁ କୌଣସି ଭୟ ନଥିରୁ ଖୋଲା ଖୋଲି ଭାବରେ ଏତେ ପରିମାଣ ର ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ଗଞ୍ଜେଇ ମଫିଆ ।


