ଗଛକୁଧକ୍କା ଦେଇ ବାଇକ ଆରୋହୀ ମୃତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଜାତୀୟ ରାଜପଥ ଵାଙ୍ଗିରିପୋଷୀ – ବାରିପଦା ରାସ୍ତା ସିମଳା ଛକ ଅନତି ଦୂରରେ ରାସ୍ତା ପାର୍ଶ୍ବ ଏକ ବିଶାଳ ଗଛରେ ବାଇକ ଧକ୍କା ଦେବା ଫଳରେ ବାଇକ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଇକ ର ଆଗଚକ ଫାଟି ଯିବା ସହ ହେଲମେଟ ଭାଙ୍ଗି ଯାଇଥିଲା ।ଘଟଣାଟି ଶନିବାର ଦିନ ଅପରାହ୍ନରେ ଘଟିଥିଲା । ବାଇକ ଚାଳକଙ୍କ ସହଯୋଗୀ ସାମାନ୍ୟ ଆହତ ହୋଇଥିଲେ । ସୁଚନା ଯୋଗ୍ୟ ବାଙ୍ଗିରିପୋଷି ବ୍ଳକ ଶାମସୁନ୍ଦର ପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମର ବିଭୂତି ବେହେରା(୫୦) ତାଙ୍କ ସହଯୋଗୀ ହିମାଂଶୁ ଗିରି(୪୨) ଲଙ୍ଗଳ କିଣିବାକୁ ଯାଇ ଫେରୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ