କେନ୍ଦୁଗଛରେ ମହିଳାଙ୍କ ଝୁଲନ୍ତା ମୃତଦେହ ବିଶୋଇ ପୋଲିସ ଦ୍ବାରା ଉଦ୍ଧାର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଥିଲା ବାଲା ବି ଆତ୍ମହତ୍ୟା କରୁଛନ୍ତି ନଥିଲା ଵାଲା ବି ଆତ୍ମହତ୍ୟା କରୁଛନ୍ତି ।ବିଶେଷତଃ ଯୁବ ଗୋଷ୍ଠୀ ଓ ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ନେଇ ସାମାଜିକ କର୍ମୀଙ୍କ ମଧ୍ୟରେ ଉଦବେଗ ସୃଷ୍ଟି ହେଉଛି । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଵନେଇକଳା ପଞ୍ଚାୟତର ଜାମୁଝରି ଗ୍ରାମର ସୁବାସ ଗିରିଙ୍କୁ ପତ୍ନୀ ବୀଣାପାଣି ଗିରି(୫୫) ମାନସିକ ଭାରସାମ୍ୟ ହରାଇ ଶନିବାର ଦିନ ଅପରାହ୍ନରେ ଘର ପାଖ କେନ୍ଦୁଗଛରେ ନିଜ ଶାଢ଼ୀ ଦ୍ବାରା ଝୁଲିପଡି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୩ ରୁଜୁ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବକୁ ମାଇନା କରାଇ ପରିବାରକୁ ହସ୍ତାନ୍ତର କରିବା ସହ ତଦନ୍ତ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ