ଗଛକୁ ପିଟିଲା ପିକ୍ଅପ୍ ଭ୍ୟାନ୍
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମପଂଚାୟତ ନିକଟସ୍ଥ କମଳାବାଡି ଠାରେ ପିକଅପ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଆହାତ ହୋଇନଥିବା ବେଳେ ଗାଡିର ଆଗପଟ ଭାଙ୍ଗିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପିକଅପ ଭ୍ୟାନ ଓଡି ୦୭ଏସି ୧୯୧୩ ନଂ ଦଶପାଲା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ କମଳା ବାଡି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଆମ୍ଭ ଗଛକୁ ଧକ୍କା ଦେଇଛି । ଦୁର୍ଘଟଣାରେ ପିକଅପ ଭ୍ୟାନ୍ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ସମେତ ହେଲପର ଦୁହେଁ ସୁରକ୍ଷିତ ଥିବା ଜଣାପଡିଛି ।


