ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ

ଥାଇଲାଣ୍ଡର ହିମାଫନ ଜଙ୍ଗଲ ଆଜି ବି ରହସ୍ୟ ହୋଇ ରହିଯାଇଛି । ଏଠାରେ ଥିବା ଏକ ଗଛରେ ଆଶ୍ଚର୍ଯ୍ୟ କଲାଭଳି ଫଳକୁ ଦେଖି ଯେ କେହି ଚମକି ଯାଉଛନ୍ତି । ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ । ଏମାନଙ୍କ ମୁଣ୍ଡର ଚୁଟି ଗଛରେ ବନ୍ଧା ହୋଇଥିବାବେଳେ ସମଗ୍ର ଶରୀର ତଳକୁ ଝୁଲିରହିଛି । ଗଛରେ ଝୁଲୁଥିବା ଏହି ନିବସ୍ତ୍ର ନାରୀ ସଦୃଶ ପଦାର୍ଥଟି ଫଳ କି ପରିବା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ହୁ-ବ-ଡୁ ବାଳିକା ଭଳି ଦେଖାଯାଉଥିବା ଏହି ଫଳଟି ନେରିଫନ୍ ନାମକ ଗଛରେ ଫଳିଥିବା ଦେଖିବାକୁ ମିଳେ । ଏହାର ରଙ୍ଗ ସବୁଜ । ତେବେ ଥାଇଲାଣ୍ଡରେ ଏହି ଗଛକୁ ନେଇ ଏକ ମାନ୍ୟତା ରହିଛି । ଲୋକଙ୍କ ବିଶ୍ୱାସ ରହିଛି ନେରିଫନ୍ ଗଛକୁ କୁଆଡେ ଭଗବାନ ବୁଦ୍ଧ ଏଠାରେ ଲଗାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଫଳଟି ଗଛରେ ମାତ୍ର ୭ଦିନ ପର୍ଯ୍ୟନ୍ତ ରହିଥାଏ । କେହି ଏହାକୁ ତୋଳି ନେଇଯାଆନ୍ତି ନଚେତ୍ ଏହା ଆପଣାଛାଏଁ ଝଡି ଯାଇଥାଏ । ତେବେ ଏହି ନିବସ୍ତ୍ର ନାରୀ ସଦୃଶ ଫଳରେ ଆତ୍ମା ରହିଛି ବୋଲି କେହି କେହି ବିଶ୍ୱାସ କରନ୍ତି । କାରଣ ଏହା ଆପଣାଛାଏଁ ନାଚି ଗାଇ ପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ