ଗଛ କରୁଛି ଟ୍ୱିଟ୍

ଆଜିର ଏହି ସୋସିଆଲ ମିଡିଆ ଯୁଗରେ ସୋସିଆଲ ସାଇଟ୍ସକୁ ନେଇ ପ୍ରାୟ ସମସ୍ତେ ଅବଗତୟ ଫେସବୁକ, ହ୍ୱାଟ୍ସଆପ, ଟ୍ୱିଟର ଭଳି ସୋସିଆଲ ସାଇଟ୍ସର ଏବେ ବହୁଳ ବ୍ୟବହାର ହେବାରେ ଲାଗିଛି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ମଣିଷଙ୍କ ଭଳି ଏବେ ଏକ ଗଛ ମଧ୍ୟ କରୁଛି ଟ୍ୱିଟ୍ । ମାଶାଚୁସେଟ ପିଟରସନ୍‌ର ହାୱାର୍ଡ ଜଙ୍ଗଲରେ ରହିଛି ଏଭଳି ଏକ ଗଛ ଯିଏକି ପରିବେଶର ତାପମାତ୍ରା ସମ୍ପର୍କରେ ଅବଗତ କରାଇବାକୁ ଯାଇ ପ୍ରତିଦିନ କରୁଛି ଟ୍ୱିଟ୍ । ୮୫ ଫୁଟ ଲମ୍ବ ବିଶିଷ୍ଟ ଏହି ଗଛଟି ହାୱାର୍ଡ ଜଙ୍ଗଲରେ ଥିବା ସବୁଠାରୁ ପୁରୁଣା ଗଛ । ଯାହାର ନାଆ ହେଉଛି “ରେଡ୍ ଓକ୍‌’ । ହାୱାର୍ଡ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ଏରିଜୋନା ବିଶ୍ୱବିଦ୍ୟାଳୟର ଏକ ପୋଷ୍ଟ ଡକ୍ଟୋରାଲ ଟିମ୍ ଏଠାରେ ଥିବା ବିଭିନ୍ନ ଗଛ ଉପରେ ଗବେଷଣା କରିବା ପରେ ଏହି ଗଛକୁ ବାଛିଥିଲେ ଏଭଳି ଏକ ଆଧୁନିକ ପରୀକ୍ଷଣ କରିବା ଲାଗି । ଗବେଷକମାନେ ଏହି ଗଛରେ ବିଭିନ୍ନ କାର୍ଯ୍ୟ ଲାଗି ଭିନ୍ନ ଭିନ୍ନ ଅଟୋମେଟିକ ସେନ୍‌ସର୍ ଲଗାଇଛନ୍ତି ଯାହା ବୋଟ୍‌କୁ ଡାଟା ପ୍ରଦାନ କରିଥାଏ ଏବଂ ଏହି ବୋଟ ଟ୍ୱିଟରରେ ଟ୍ୱିଟ କରିଥାଏ । ଗଛର ଶାଖା ଏବଂ ଗଣ୍ଡିରେ ଲାଗିଥିବା ଏହି ସେନ୍‌ସର୍ ବାୟୁମଣ୍ଡଳ ତାପମାତ୍ରା ସମ୍ପର୍କରେ ସୂଚନା ଦେବା ସହ ଗଛ ଏବଂ ଜଙ୍ଗଲରେ ପାଣିର ମାତ୍ରା ସମ୍ପର୍କରେ ମଧ୍ୟ ଅବଗତ କରାଇଥାଏ । କେବଳ ସେତିକି ନୁହେଁ, ଏହି ଗଛରେ ଏକ କ୍ୟାମେରା ମଧ୍ୟ ଖଞ୍ଜାଯାଇଛି ଯାହା ବିଭିନ୍ନ ସମୟରେ ପାରିପାଶ୍ୱିର୍କ ପରିବେଶର ଫଟୋ ଉଠାଇ ଟ୍ୱିଟ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ